Below header

କ୍ୟାନ୍ସର ରୋଗୀଙ୍କୁ ଓଡ଼ିଶାରେ ମିଳିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଟାଟା ଟ୍ରଷ୍ଟ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡ଼ିଶା କ୍ୟାନ୍ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର

କଟକ : କ୍ୟାନ୍ସର ଚିକିତ୍ସା ପାଇଁ ଆଗକୁ ଆଉ ଓଡ଼ିଶା ବାହାରକୁ ଯିବାକୁ ପଡ଼ିବ ନାହିଁ । ଟାଟା ଟ୍ରଷ୍ଟ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡ଼ିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର । ବାରଙ୍ଗରେ ଓଡ଼ିଶା କ୍ୟାନ୍ସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫ ଏକର ଜାଗାରେ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ବର୍ଷକ ମଧ୍ୟରେ ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ। ଏଥିରେ ୫ ଶହ ଶଯ୍ୟା ରହିବ । କ୍ୟାନସର ରୋଗର ଚିକିତ୍ସା କ୍ଷେତ୍ରରେ ଏହି ହସ୍ପିଟାଲ ପୂର୍ବ ଭାରତର ହବ୍‌ ହେବ ବୋଲି କୁହାଯାଉଛି। ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,ଆଗକୁ ଓଡ଼ିଶାରେ କ୍ୟାନସର ରୋଗର ଉନ୍ନତମାନର ଚିକିତ୍ସା ମିଳିବ। ଏଥିପାଇଁ ମୁମ୍ବାଇକୁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ । କ୍ୟାନ୍ସର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କେମୋଥେରାପି ଯୋଗାଇ ଦିଆଯାଉଛି ।

ଓଡ଼ିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ଟାଟା ଟ୍ରଷ୍ଟ ଖର୍ଚ୍ଚ କରିବ ୩ ଶହ କୋଟି ଟଙ୍କା । ରତନ ଟାଟା କହିଛନ୍ତି, କ୍ୟାନସର ନା ବଡ଼ ନା ଗରିବ ଲୋକଙ୍କ ରୋଗ। କାହାକୁ ବି କେତେବେଳେ କ୍ୟାନ୍ସର ହୋଇପାରେ । ଏଠାରେ ହସ୍ପିଟାଲ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅତି ସହଳ କ୍ୟାନ୍ସରକୁ ଚିହ୍ନଟ କରି ଚିକିତ୍ସା କରାଇବା ।

ଓଡ଼ିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପାଇଁ ଗତ ମେ ମାସରେ ଟାଟା ଟ୍ରଷ୍ଟ ସହ ଏମଓୟୁ ସ୍ୱାକ୍ଷର ହୋଇଥିଲା । ଏହା ସହ ଟାଟା ରାଜ୍ୟରେ ୧୫ଟି ସ୍ଥାନରେ କ୍ୟାନସର କେୟାର କେନ୍ଦ୍ର ଖୋଲି ଚିକିତ୍ସା ଯୋଗାଇ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.