Below header

NTPC ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ, ବିସ୍ଥାପିତଙ୍କ ଆନ୍ଦୋଳନ ଯୋଗୁଁ ପରିବହନ ବନ୍ଦ

ଅନୁଗୁଳ : କଣିହାଁ ସ୍ଥିତ ଏନଟିପିସି ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ । ଫଳରେ ଏନଟିପିସିର ଗୋଟିଏ ୟୁନିଟ୍‌ ବନ୍ଦ ହୋଇ ଯାଇଛି । ଏନଟିପିସିର ଏମଜିଆର ରେଳ ଲାଇନରେ ବିସ୍ଥାପିତଙ୍କ ଆନ୍ଦୋଳନ ଯୋଗୁଁ ପ୍ଲାଣ୍ଟକୁ କୋଇଲା ପରିବହନ ବନ୍ଦ ରହିଛି । ଫଳରେ ଏହାର ପ୍ରଭାବ ସିଧାସଳଖ ପ୍ଲାଣ୍ଟ ଉପରେ ପଡ଼ିଛି । ପ୍ରତିଦିନ ୬ଟି ୟୁନିଟ୍‌ ପାଇଁ ୫୫ ହଜାର ଟନ୍‌ କୋଇଲା ଦରକାର ପଡ଼ିଥାଏ । ଏମସିଏଲ୍‌ କଣିହାଁ ମାଇନ୍ସରୁ ପ୍ରତିଦିନ ଏନଟିପିସିକୁ ୨୦ରୁ ୨୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆସିଥାଏ । ହେଲେ ଦୀର୍ଘ ୫ ଦିନ ହେବ ଆନ୍ଦୋଳନ ଯୋଗୁଁ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜନୈତିକ କାରଣରୁ ବାରମ୍ବାର ଆନ୍ଦୋଳନ ଫଳରେ ରାଷ୍ଟ୍ରାୟତ ଉଦ୍ୟୋଗ ଉପରେ ପ୍ରଭାବ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.