Below header

ଶ୍ରୀମନ୍ଦିର ସଂସ୍କାର ପାଇଁ ଆଗକୁ ଆସିଲେ ଶଙ୍କରାଚାର୍ଯ୍ୟ, ପ୍ରତି ୩ ମାସରେ ଥରେ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ପୁରୀ : ବାରମ୍ବାର ନୀତି ବିଭ୍ରାଟ। ଦର୍ଶନରେ ବିଶୃଙ୍ଖଳା । ଶ୍ରୀମନ୍ଦିର ପରିଚାଳନା ଓ ପ୍ରଶାସନିକ ତ୍ରୁଟିକୁ ଦୂର କରିବା ପାଇଁ ଶେଷରେ ଆଗକୁ ଆସିଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଜଗତଗୁରୁଙ୍କ ଅଧ୍ୟକ୍ଷତାରେ ଗୋବର୍ଦ୍ଧନ ପୀଠରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଏଥିରେ ୧୪ଟି ପ୍ରସ୍ତାବ ରଖାଯାଇଥିଲା । ସେବାୟତଙ୍କ ପାଇଁ ନିଃଶୁଳ୍କ ଆବାସିକ ବିଦ୍ୟାଳୟ ସ୍ଥାପନ, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବିଶୁଦ୍ଧ ପୂଜନ ସାମଗ୍ରୀ ଓ ଭୋଗ, ସୁଲଭ ମହାପ୍ରସାଦ ବିକ୍ରି, ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ, ସତ୍‌ସଙ୍ଗସ୍ଥଳ ସ୍ଥାପନ ଆଦି ନେଇ ଶଙ୍କରାରାର‌୍ୟ୍ୟ ପରାମର୍ଶ ଦେଇଛନ୍ତି। ନୀତି ନିୟମ ପାଳନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି।

ମରହଟ୍ଟା ଅମଳରୁ ଶ୍ରୀମନ୍ଦିରରେ ବିଶୃଙ୍ଖଳା ହୋଇଥିବା କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ତେବେ ୧୯୬୦ରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନେବା ପରଠାରୁ ଏହି ଅସଙ୍ଗତି ବୃଦ୍ଧି ପାଇଥିବା ସେ କହିଛନ୍ତି। ପୁରୀ ଶ୍ରୀମନ୍ଦିର ସଂସ୍କାର ନେଇ ପ୍ରତି ତିନିମାସରେ ଥରେ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ସେହିପରି ବାଇଶି ପାହାଚରେ ପିଣ୍ଡଦାନ ଓ ବ୍ରହ୍ମ ସଂସ୍ଥାପନ ନେଇ ଘଟଣାରେ ମଧ୍ୟ ସେ ପରାମର୍ଶ ଦେବେ।

ଶ୍ରୀମନ୍ଦିର ସଂସ୍କାର ନେଇ ଅନୁଷ୍ଠିତ ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ, ଆଇନ ସଚିବ, ସେବାୟତ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସେପଟେ ଶ୍ରୀମନ୍ଦିର ସଂସ୍କାର ନେଇ ଆସନ୍ତା ୨୨ତାରିଖରେ ପୁରୀ ଆସିବେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଜିଲ୍ଲା ଜଜ, ମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.