Below header

ବରଗଡ଼ରେ ହେବ କ୍ୟାନ୍‌ସର ହସ୍ପିଟାଲ, ଟୁକୁର୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ରେ ହେବ କ୍ୟାନ୍‌ସର ହସ୍ପିଟାଲ। ଟୁକୁର୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ବରଗଡ଼ରେ ମୁଖ୍ୟମନ୍ତ୍ରୀ ୭୦ କୋଟିରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୬୦ କୋଟି ଟଙ୍କା ୨୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର କରିଛନ୍ତି । ନବୀନ ପ୍ରଥମେ ଟୁକୁର୍ଲାରେ ପହଞ୍ଚି ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି । ୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଚିକିତ୍ସାଳୟ। ଏହାପରେ ବରଗଡ଼ ବିଜ୍ଞାନ କେନ୍ଦ୍ର, ସୋହେଲା-ନୂଆପଡ଼ା ରାସ୍ତାର ଅଙ୍ଗ ନଦୀ ଉପରେ ହାଇଲେଭଲ ସେତୁ, ରାଜସ୍ୱ ବିଭାଗ ବିଶ୍ରାମଗାର ଆଦି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଟୁକୁର୍ଲା ନୂଆ ଡାକ୍ତରଖାନା ଔଷଧ ଭଣ୍ଡାର, ବ୍ଲଡ ବ୍ୟାଙ୍କ ଓ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟରେ ରେକର୍ଡ ରୁମ ଓ ସରକାରୀ କର୍ମଚାରୀଙ୍କ ବାସଗୃହର ମଧ୍ୟ ଶିଳାନ୍ୟାସ ହୋଇଛି । ଦିପ୍ତୀପୁର-ଗାଇସିଲଟ ରାସ୍ତାର ତେଲମହୁଲ ନାଳ ଏବଂ ବିଜେପୁର-ବୁବଲା ବାହଲ ରାସ୍ତାର ଘେଁସାଳି ଜୋର ଉପରେ ହାଇଲେଭଲ ସେତୁ ସହ ବରଗଡ଼ ଜିଲ୍ଲାର ୧୨ଟି ସଡ଼କ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.