Below header

ପାରାଦୀପ: ଜାଲରେ ପଡ଼ିଲା ୨କ୍ୱିଣ୍ଟାଲ ଓଜନର ବିରଳ କାଉ ମାଛ

ପାରାଦୀପ: ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ। ପାରାଦୀପରେ ପ୍ରାୟ ୨କ୍ୱିଣ୍ଟାଲ ଓଜନର ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ମାଛର ପାଟି କାଉ ଭଳି ହୋଇଥିବାରୁ ଏହାକୁ କାଉ ମାଛ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଗତକାଲି ରାତିରେ ଧୀବରମାନେ ମଝି ସମୁଦ୍ରରେ ଜାଲ ପକାଇଥିବା ବେଳେ ମାଛଟି ଜାଲରେ ପଡ଼ିଥିଲା। ଏହି ବିରଳ ପ୍ରଜାତିର ମାଛ କେରଳରେ ଦେଖାଯାଇଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏହାର ଚାହିିଦା ନଥିଲେ ମଧ୍ୟ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ହୋଇଛି। ଏହାକୁ ବାହାରକୁ ଚାଲାଣ କରାଯିବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.