ଫେସବୁକରେ ସ୍ତ୍ରୀଙ୍କର ଥିଲା ୬ ହଜାର ଫଲୋଅର ଆଉ ଦିନ ରାତି ଫୋନରେ ଥିଲେ ବ୍ୟସ୍ତ, ସହିପାରିଲାନି ସ୍ୱାମୀ କରିଦେଲା ହତ୍ୟା
ରାଜସ୍ଥାନ : ସ୍ୱାମି ସାଜିଲା ସଇତାନ। ନିଜର ସନ୍ଦେହକୁ କରିପାରିଲାନି କାବୁ। ଶେଷରେ ଘଟାଇଲା ନାରକୀୟ କାଣ୍ଡ। ସ୍ୱାମୀ-ସ୍ତ୍ରୀଙ୍କୁ ସାତଜନ୍ମର ସାଥି ବୋଲି କୁହାଯାଏ। ବିବାହ ପରେ ଜଣେ ସ୍ତ୍ରୀର ସବୁକିଛି ତାର ସ୍ୱାମୀ ହିଁ ହୋଇଥାଏ କିନ୍ତୁ ସେଇ ସ୍ୱାମୀ ପାଲଟିଗଲା ସଇତାନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନରେ।
ରାଜସ୍ଥାନ ଜୟପୁରରେ ଜଣେ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଆଉ ହତ୍ୟାର କାରଣ ଜାଣିଲେ ପାଦ ତଳୁ ଆପଣଙ୍କର ମାଟି ଖସିଯିବ। ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଅୟାଜ୍ ଅହମ୍ମଦ ଅଂସାରୀ ତାଙ୍କ ସ୍ତ୍ରୀ ରେଶମା ମଙ୍ଗଲାନୀଙ୍କୁ ବୁଲେଇବାକୁ ନେଇ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏହାପରେ ଶବ ଚିହ୍ନଟ ନହେବା ପାଇଁ ସେ ସ୍ତ୍ରୀଙ୍କ ମୁଣ୍ଡ ଏବଂ ଚେହେରାକୁ ପଥରରେ ଛେଚି ହତ୍ୟା କରିଛନ୍ତି।
ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି।। ପୋଲିସ ପଚରାଉଚୁରାରେ ଅଭିଯୁକ୍ତ ସ୍ୱାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୬ ହଜାର ଫଲୋଅର ଅଛନ୍ତି ଏବଂ ପୂରା ଦିନ ମୋବାଇଲରେ ହିଁ ବ୍ୟସ୍ତ ରୁହନ୍ତି। ଏହି କାରଣରୁ ଝଗଡା ସବୁବେଳେ ହେଉଥିଲା। ସବୁଦିନ ଏହିଭଳି ହେବା ଦ୍ୱାରା ରାଗରେ ହତ୍ୟା କରିବାକୁ ଯୋଜନା କଲି।
ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କୁ ତାଙ୍କ ବାପଘରୁ ଆଣି ଦିନ ସାରା ବୁଲାଇଲେ, ଏହାପରେ ସଂଧ୍ୟାବେଳେ ଜୟପୁର-ଦିଲ୍ଲୀ ହାଇେଓ୍ଵ ନେଇ ଯାଇ ଗଳା ଚିପି ହତ୍ୟା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ ଦମ୍ପତ୍ତିଙ୍କର ଜଣେ ୩ ବର୍ଷର ପୁଅ ମଧ୍ୟ ଅଛି।