ଯୁବତୀଙ୍କୁ କିସ୍‌ କରିବା ବେଳେ କ୍ୟାମେରାରେ ଧରାପଡ଼ିଗଲେ ଯୁବକ, ଦେଖନ୍ତୁ ଜାଣିବା ପରେ କେମିତି ଦେଲେ ରିଆକ୍ସନ୍‌

ସୋସିଆଲ ମିଡିଆରେ ପ୍ରତିଦିନ ଏମିତି କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଯାହା ୟୁଜର୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି। ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଆପଣ ବି ନିଜ ହସ ରୋକିପାରିବେନି। ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏହି ଭିଡିଓଟି ସୁଟିଂ କରାଯାଇଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ବାର୍ସିଲୋନା ଓ ଡଲ୍‌ଫିନ୍‌ ମଧ୍ୟରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଷ୍ଟାଡିୟମ୍‌ରେ ବସିଥିବା ଯୁବକ ଜଣେ ଯୁବତୀଙ୍କୁ କିସ୍‌ କରୁଥିଲେ। ଆଉ ଏହି ସମୟରେ ମ୍ୟାଚ୍‌କୁ ସୁଟିଂ କରୁଥିବା କ୍ୟାମେରାରେ ତାହା କଏଦ ହୋଇଯାଇଥିଲା। ଏହା ଦେଖିବା ପରେ ସମ୍ପୃକ୍ତ ଯୁବକ ଯେମିତି ରିଆକ୍ସନ୍‌ ଦେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ ମୁତାବକ ଯେତେବେଳେ ଯୁବକ ଜଣକ ଜାଣିପାରିଲେ ଯେ ସେ କିସ୍‌ କରୁଥିବା ବେଳର ଦୃଶ୍ୟ କ୍ୟାମେରାରେ ସୁଟିଂ ହୋଇସାରିଛି ସେତେବେଳେ ସେ ଆଗକୁ ଘୁଞ୍ଚିଯାଇ କିଛି ନ ଜାଣିବା ଭଳି ବ୍ୟବହାର କରିଥିଲେ।

ଟ୍ଵିଟରରେ ରେଜର ଗୋଞ୍ଜାଲେସ୍‌ ନାମକ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ ସେ କ୍ୟାପସନ୍‌ ଲେଖିଛନ୍ତି ଯେତେବେଳେ ଆପଣ ପାଖରେ ବସିଥିବା ଝିଅକୁ କିସ୍‌ କରୁଛନ୍ତି ଓ ଜାଣିବାକୁ ପାଉଛନ୍ତି ଆପଣଙ୍କ ବିବାହ ଭାଙ୍ଗିସାରିଲାଣି, କାରଣ କ୍ୟାମେରାରେ ସମସ୍ତ ଜିନିଷ ରେକର୍ଡିଂ ହେଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୨୫ ମିଲିୟନ୍‌ ଲୋକ ଦେଖିସାରିଲେଣି। ଏଥିସହ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ ଓ ୮୦ ହଜାର ଥର ରିଟ୍ଵିଟ୍‌ କରାଯାଇସାରିଲାଣି। ଲୋକମାନେ ଏହି ଭିଡିଓ ଦେଖି ମଜାଳିଆ କମେଣ୍ଟ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.