ଏହି ମହାନ୍‌ କାମ ପାଇଁ ଓ୍ଵାର୍ଲ୍ଡ ଇକୋନୋମିକ ଫୋରମ୍‌ ତରଫରୁ ଦୀପିକାଙ୍କୁ ମିଳିଲା କ୍ରିଷ୍ଟାଲ୍‌ ଆଓ୍ଵାର୍ଡ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଓ୍ଵାର୍ଲ୍ଡ ଇକୋନୋମିକ ଫୋରମ୍‌ ତରଫରୁ କ୍ରିଷ୍ଟାଲ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ଡିପ୍ରେସନ୍‌ର ଶିକାର ହୋଇଥିବା ଦୀପିକା କେବଳ ନିଜେ ଏଥିରୁ ମୁକୁଳିନଥିଲେ ବରଂ ଚିନ୍ତାଗ୍ରସ୍ତ, ଡିପ୍ରେସନ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ୨୦୧୫ ଜୁନ୍‌ ରେ ଦ ଲାଇଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନ୍‌ ସ୍ଥାପନ ମଧ୍ୟ କରିଥିଲେ। ଏହି ଫାଉଣ୍ଡେସନ୍‌ ଏବେ ଷ୍ଟ୍ରେସ୍‌ର ଶିକାର ହୋଇଥିବା ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉଛି।

ପୁରସ୍କାର ପାଇବା ପରେ ଦୀପିକା ଏକ ଇମୋସ୍‌ନାଲ ଭାଷଣ ଦେଇଥିଲେ, ଯେଉଁଥିରେ ସେ ନିଜ ଅନୁଭବ ସମ୍ପର୍କରେ ଜଣାଇଥିଲେ। ଦୀପିକା କହିଥିଲେ କେମିତି ତାଙ୍କ ମା’ ଏହି ରୋଗକୁ ଚିହ୍ନିଥିଲେ ଓ ଏହାର ଚିକିତ୍ସା କରାଇଥିଲେ। ସେ କହିଥିଲେ କୌଣସି ରୋଗରେ ପଡ଼ିଲେ ନ ଡରି ସାହସିକତାର ସହ ଏହାର ସାମ୍ନା କରିବା ଉଚିତ। ତାହା ହେଲେ ହିଁ ଜଣେ ରୋଗକୁ ଜୟ କରିପାରିବ।

ଏ ଅବସରରେ ଫୋରମ୍‌ ତରଫରୁ କୁହାଯାଇଛି ଯେ ଦୀପିକା ଇଣ୍ଟରନ୍ୟାସନାଲ ଲେବଲରେ ଜଣେ ଲୋକପ୍ରିୟ ଅଭିନେତ୍ରୀ, ଫ୍ୟାଶନ ଆଇକନ୍‌ ଓ ମେଣ୍ଟାଲ ହେଲଥ୍‌ ଆମ୍ବାସାଡର। ଏଣୁ ତାଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର ମଧ୍ୟରୁ ଗୋଟିଏ କ୍ରିଷ୍ଟାଲ ଆଓ୍ଵାର୍ଡରେ ସମ୍ମାନିତ କରାଯାଉଛି।

 

View this post on Instagram

 

I’m so shooook !! 💜💜💜 hair @georgiougabriel makeup @sandhyashekar

A post shared by Deepika Padukone Fanpage 🔹 (@deepika.padukone.fanpage) on

ଫିଲ୍ମ ସହ ଦୀପିକା ଏବେ ସାମାଜିକ କାର୍ଯ୍ୟରେ ବି ନିଜକୁ ନିୟୋଜିତ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.