Below header

ବିଚିତ୍ର ଲାଗୁଥିଲେ ବି ସତ୍ୟ, ଏହି ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ସଜେଇ ହୁଅନ୍ତି ପୁରୁଷ

ଖାସ୍‌ କରି ଅନେକ ମନ୍ଦିରରେ ମହିଳା ଏବଂ ୧୧ ବର୍ଷ ଉପରକୁ ଝିଅମାନଙ୍କ ପ୍ରବେଶ ମନା କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଦେଶର କେରଳରେ ଏଭଳି ଏକ ମନ୍ଦିର ରହିଛି, ଯେଉଁ ମନ୍ଦିରରେ ପୁରୁଷମାନଙ୍କୁ ମହିଳାଙ୍କ ବେଶରେ ପ୍ରବେଶ କରିବା ପାଇଁ ଅନୁମତି ରହିଛି। ଅନ୍ୟଥା ମନ୍ଦିରରେ ପ୍ରବେଶ ନିଷେଧ। ତେବେ ଜାଣନ୍ତୁ ଏହା କେଉଁ ମନ୍ଦିର ଏବଂ ଏଠାରେ ପୁରୁଷମାନେ କାହିଁକି ମହିଳାଙ୍କ ବେଶରେ ପ୍ରବେଶ କରିଥାନ୍ତି? କାହିଁକି ପୁରୁଷଙ୍କୁ ହେବାକୁ ପଡିଥାଏ ୧୬ ଶୃଙ୍ଗାର ଏବଂ କଣ ରହିଛି ଏହା ପଛର ରହସ୍ୟ?

କେରଳର କୋଲ୍ଲମ ଜିଲ୍ଲାରେ ସ୍ଥାପିତ ‘କୋଟ୍ଟନକୁଲାଂଗରା ଶ୍ରୀଦେବୀ’ ରେଦେଶର ଅନ୍ୟ ମନ୍ଦିର ଅପେକ୍ଷା ପୂଜା କରିବାର ନିୟମ ପୁରୁଷଙ୍କ ପାଇଁ ବିଲକୁଲ୍‌ ଭିନ୍ନ। ଏଠାରେ ପୁରୁଷମାନେ ମହିଳାଙ୍କ ଭଳି ୧୬ ଶୃଙ୍ଗାର ହୋଇ ଆସିବା ପରେ ହିଁ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥାଏ।

Bhuwal-Templeମନ୍ଦିରରେ ପୁରୁଷଙ୍କ ପାଇଁ ଦେବୀଙ୍କ ଆରାଧନା କରିବାର ଏହି ନିଆରା ନିୟମ ବହୁ ପୁରାତନ କାଳରୁ ପ୍ରଚଳିତ ହୋଇଆସୁଛି। ମନ୍ଦିରରେ ପ୍ରତ୍ୟେକ ବର୍ଷ ‘ଚାମ୍ୟାବିଲକ୍କୁ’ ପର୍ବର ଆୟୋଜନ କରାଯାଇଥାଏ। ଏହି ଦିନ ହଜାର ହଜାର ସଂଖ୍ୟାରେ ପୁରୁଷମାନେ ୧୬ ଶୃଙ୍ଗାର ହୋଇ ମନ୍ଦିର ଆସିଥାନ୍ତି। ମନ୍ଦିରରେ ମେକଅପ୍‌ ରୁମ୍‌ ର ମଧ୍ୟ ବ୍ୟବସ୍ଥା କରାଯାଇଛି।

ମାନ୍ୟତା ରହିଛି ଏହି ମନ୍ଦିରରେ ଯେଉଁ ପୁରୁଷମାନେ ଭଲ ଚାକିରି ଏବଂ ଭଲ ଜୀବନ ସାଥୀଟିଏ ପାଇବା ପାଇଁ ମନରେ ଇଛା ରଖି ନିୟମ ଅନୁସାରେ ପୂଜା କରିବା ଦ୍ୱାରା ତାଙ୍କ ମନସ୍କାମନା ପୂରଣ ହୋଇଥାଏ। ଏହି କାରଣରୁ ଅଧିକାଂଶ ପୁରୁଷମାନେ ଏଠାରେ ମହିଳା ବେଶେରେ ପହଞ୍ଚିଥାନ୍ତି।

templeଉଲ୍ଲେଖ ରହିଛି ମନ୍ଦିରରେ ସ୍ଥାପିତ ମାଁ ଙ୍କ ମୂର୍ତ୍ତି ସ୍ୱୟମ୍ଭୁ। ଏହାବ୍ୟତୀତ କେରଳରେ ଅବସ୍ଥିତ ଏହି ମନ୍ଦିର ଏଭଳି ଏକ ମନ୍ଦିର ଯାହାର ଗର୍ଭ ଗୃହ ଉପରେ କୌଣସି ପ୍ରକାର ଛାତ ନାହିଁ। ଶୁଣିବାକୁ ମିଳିଛି ଅନେକ ବର୍ଷ ପୂର୍ବେ କିଛି ମେଷ ପାଳକ ମନ୍ଦିର ସ୍ଥାନରେ ମହିଳାଙ୍କ ଭଳି କପଡା ପିନ୍ଧି ପଥରରେ ଫୁଲ ଅର୍ପଣ କରିଥିଲେ। ଏହାପରେ ପଥରରୁ ଶକ୍ତି ଉତ୍ପନ୍ନ ହୋଇଥିଲା। ଏହାପରେ ଧୀରେ ଧୀରେ ବିଶ୍ୱାସ ବଢିଥିଲା ଏବଂ ଏହି ସ୍ଥାନକୁ ମନ୍ଦିରରେ ପରିବର୍ତ୍ତତ କରାଯାଇଛି। ମନ୍ଦିର ବିଷୟରେ ସବୁଠାରୁ ରହସ୍ୟମୟ କଥା ହେଉଛି ପ୍ରତ୍ୟେକ ବର୍ଷ ମାଁ ଙ୍କ ପ୍ରତିମା କିଛି ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.