ନେତାଜୀଙ୍କ ଓଡ଼ିଆ ପ୍ରୀତି, ଓଡ଼ିଆ ଶ୍ରମିକଙ୍କ ସ୍ଥିତି ମଜବୁତ କରିବା ପାଇଁ ନେଇଥିଲେ ଏହି ପଦକ୍ଷେପ

ଓଡ଼ିଶାରେ ଜନ୍ମ ନେଇଥିବାରୁ ଓଡିଶା ପ୍ରତି ନେତାଜୀଙ୍କର ଥିଲା ଅସୀମ ଅତ୍ମୀୟତା । ନିଜ ଛୋଟ ବେଳରୁ ହିଁ ସେ ଓଡ଼ିଆ ପିଲାଙ୍କ ଶିକ୍ଷାର ଉନ୍ନତି ନେଇ ଚେଷ୍ଟା ଆରମ୍ଭ କରିଦେଇଥିଲେ । ନିଜ ଛାତ୍ର ଅବସ୍ଥାରୁ ସ୍କୁଲ ପରିଦର୍ଶନ କରି ସେମାନଙ୍କୁ ନୈତିକ ଉପଦେଶମାନ ଦେବା ଶିକ୍ଷା ପ୍ରତି ପ୍ରାତ୍ସାହିତ କରିବା ମିଠେଇ ବାଂଟୁଥିଲେ । ଛାତ୍ର ବସ୍ଥା ସମୟରେ ହିଁ ସେ ୧୯୧୨ ମସିହାରେ ପ୍ରଥମେ ରାଜନୀତି କ୍ଷେତ୍ରରେ ପାଦ ଥାପିଥିଲେ । ରାଜ୍ୟ ଓ ଦେଶ ଚିନ୍ତା ଯେମିତି ଛାତ୍ର ସୁବାସଙ୍କୁ ବ୍ୟତିବ୍ୟସ୍ତ କରିପକେଇଥିଲା । ଦେଶ ସକାଶେ ବଳିଦାନ ଦେବେ ବୋଲି ସେ ସେହି ସମୟରେ ହିଁ ପ୍ରଣ କରିନେଇଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗ ବା ୧୯୨୦ ମସିହାରେ ହିଁ ଓଡିଶାର ବିଭିନ୍ନ ଅସୁବିଧା ନେଇ ବ୍ୟସ୍ତ ହୋଇଉଠିଥିଲେ ।

netaji odia

 

ଓଡିଶା ବାସୀ କେମିତି ନିଜକୁ ଓଡ଼ିଆ କହିବା ନେଇ ଗର୍ବ ଅନୁଭବ କରିବେ ତାହା ହିଁ ଥିଲା ସୁବାଷଙ୍କ ପ୍ରଥମ ଲକ୍ଷ । କଲିକତାରେ ଅବସ୍ଥାନ ସମୟରେ ଓଡ଼ିଆ ଶ୍ରମିକ ମାନଙ୍କ ସ୍ଥିତିକୁ ଦୃଢ କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ସୁବାସ । ଓଡ଼ିଆ ଶ୍ରମିକ ମାନେ କିପରି ନିଜ ପରିଚୟ ଫେରିପାଇବେ ସେ ନେଇ ସୁବାଷ କଲିକତାରେ ‘ପ୍ରବାସୀ ଓଡ଼ିଆ ଶ୍ରମଜୀବୀ ସଂଗଠନ’ ଗଠନ ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୨୪ ମସିହାର ସଂଗଠନର ସଭାରେ ଯେତେବେଳେ ନେତାଜୀଙ୍କ ଓଡ଼ିଆ ଭାଷଣରେ ସଭା ସ୍ଥଳୀ କରତାଳିରେ ପ୍ରକମ୍ପିତ ହୋଇଉଠିଥିଲା । ଶିକ୍ଷା ସମାପ୍ତ ପରେ ଓଡିଶା ଛାଡି କଲିକତା ଚାଲିଯାଇଥିଲେ ମଧ୍ୟ ଓଡିଶା ମୋହରୁ ସେ ମୁକୁଳି ପାରିନଥିଲେ । ଓଡ଼ିଆ ମାଟିର ଛାତ୍ର ହୋଇଥିବାରୁ ଓଡ଼ିଆ ପିଲାଙ୍କ ମୌଳିକ ଶିକ୍ଷାର ଅଭାବକୁ ରୁମେ ରୁମେ ଅନୁଭବ କରିଥିଲେ ।

netaji odia

୧୯୩୮ ମସିହାରେ ‘ଭାରତୀୟ ଜାତୀୟ କଂଗ୍ରେସ’ ର ସଭାପତି ଥିବା ସମୟରେ ସେ ଉତ୍କଳ ରାଜନୀତି ସଭାକୁ ନିଜ ଶୁଭେଛା ବାର୍ତ୍ତା ଦେଇଥିଲେ । ନିଜ ବାର୍ତ୍ତାରେ ନେତାଜୀ କହିଥିଲେ ମୋ ହୃଦୟ ସଦା ସର୍ବଦା ଉତ୍କଳରେ ହିଁ ଅଛି । ୧୯୩୯ ମସିହା କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୁବାସ ‘ଫରୱାର୍ଡ଼ ବ୍ଲକ’ ନାମରେ ଏକ ଦଳର ଗଠନ କରିଥିଲେ । ଯଦିବା ଓଡିଶା ପ୍ରତି ଉଠାଇଥିବା ପଦକ୍ଷେପ ଗୁଡିକୁ ଅନେକ ଗ୍ରହଣ କରିନଥିଲେ କିନ୍ତୁ ତାହା ସୁବାଷଙ୍କ ଓଡ଼ିଆ ପ୍ରିତୀକୁ ଭାଙ୍ଗି ପାରିନଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ ପ୍ରମୁଖ ସୁବାସଙ୍କୁ ବିରୋଧ କରିଥିଲେ ମଧ୍ୟ କିନ୍ତୁ ତାଙ୍କ ଓଜସ୍ବୀ ବାଣୀ ଜମା ବି ଥମିନଥିଲା । ୧୯୩୯ ମସିହା ରେଭେନ୍ଶା ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କୁ ସେ ଉଦବୋଧନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.