Below header

କୋରାପୁଟ ଜିଲ୍ଲା ଲମତାପୁଟରୁ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଜବତ, ମୂଲ୍ୟ ୩ କୋଟି ଟଙ୍କା

ଜୟପୁର (କେନ୍ୟୁଜ୍) : ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ପିଏମ୍‌ ସେଣ୍ଟର ନିକଟରୁ ବିପୁଳ ପରିମାଣର ନୀଳ ଜହର ଜବତ। ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ଚଢାଉ କରିଥିଲା। ତେବେ ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

ganja-2

ପ୍ରାୟ ୨ ଟନ୍‌ ଓଜନ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୩କୋଟି ଟଙ୍କା ହେବ। ମାଛକୁଣ୍ଡ ପୋଲିସ ଘଟଣାର ତଦନ୍ତ କରୁଛି। ବାରମ୍ବାର କୋରାପୁଟ ଓ ମାଲକାନଗିରି ଅଞ୍ଚଳରୁ ବିପୁଳ ମରିମାଣର ଗଞ୍ଜେଇ  ଜବତ ହେଉଛି । ତଥାପି ରୋକି ହେଉ ନାହିଁ ଚୋରା ଚାଲାଣକୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.