ରୋଡ୍ ରୋମିଓଙ୍କ ତ୍ରାହି ନାହିଁ, ଜୟପୁରରେ ଦବଙ୍ଗ ଲେଡିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ଜୟପୁର (କେନ୍ୟୁଜ୍) : ସେ ରୋଡ୍ ରୋମିଓ ହୁଅନ୍ତୁ କି ସ୍ପିଡ୍ ବାଇକର, ଆଉ କାହାରି ତ୍ରାହି ନାହିଁ । କାରଣ ଏମାନଙ୍କ ଉପରେ ନଜର ରହିଛି ଦବଙ୍ଗ ଲେଡି ଭାବେ ପରିଚିତ ଆଇପିଏସ୍ ସାଗରିକା ନାଥଙ୍କର । କୋରାପୁଟ ଜିଲ୍ଲା ଜୟପୁର ସହରର ଗଳିକନ୍ଦିରେ ବୁଲି ପୋଲିସ୍ ଏବେ ଏଭଳି ଯୁବକମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି । ଦିନ ହେଉ କି ରାତି କେତେବେଳେ ସାଦା ପୋଷକ ତ ଆଉ କେତେବେଳେ ୟୁନିଫର୍ମରେ ବୁଲୁଛନ୍ତି ଆଣ୍ଟି ରୋମିଓ ସ୍କ୍ବାଡ୍ । ନିଜେ ମଧ୍ୟ ଏହି ସ୍କ୍ବାଡର ନେତୃତ୍ୱ ନେଉଛନ୍ତି ।

ROMEO-2

ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଲୋକ ଏବଂ ହେଲମେଟ୍ ଓ ଡ୍ରାଇଭିଂ ଲାଇସେନ୍ସ ନଥିବା ଗାଡ଼ି ଚାଳକଙ୍କୁ ଧରୁଛି ଏହି ସ୍କ୍ବାଡ୍ । ବିଭିନ୍ନ ଛକରେ ଠିଆ ହୋଇ ଖଟି କରୁଥିବା ଏବଂ ଝିଅଙ୍କୁ କମେଣ୍ଟ କାରୁଥିବା ଯୁବକ ଏବେ ଭୟଭୀତ । ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏଏସପି ସାଗରିକା ନାଥ କହିଛନ୍ତି ।

ROMEO-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.