ଜମ୍ମୁ-କାଶ୍ମୀର ସୋପିଆନରେ ପୋଲିସ ଷ୍ଟେସନ୍‌ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ସହିଦ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ସୋପିଆନରେ ପୋଲିସ ଷ୍ଟେସନ୍ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ତାଙ୍କ ନାଁ ଶାକିବ ମୋଇଉଦ୍ଦିନ୍ । ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ୍ ମାଡ କରିବା ପରେ ଫାୟାରିଂ କରିଥିଲେ । ଘଟଣା ପରେ ପୂରା ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି । କିଛି ଦିନ ତଳେ ତଙ୍ଗଧାରରେ ଭାରତୀୟ ସେନା, ଆତଙ୍କବାଦୀ ଅନୁପ୍ରବେଶକୁ ବିଫଳ କରିଥିଲେ । ପାକିସ୍ତାନର ସେନାର ଗୁଳି ମାଡ଼ର ଜବାବ ଦେଇଥିଲେ ଭାରତୀୟ ସେନା ।

Leave A Reply

Your email address will not be published.