Below header

୨୪ ଘଣ୍ଟା ଭିତରେ ରାଜଧାନୀର ୧୦୯ ଜଣଙ୍କ ରିପୋର୍ଟ ପଜିଟିଭ, ଲୋକାଲ କେଶ ୪୯

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୦୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୭୧କୁ ବୃଦ୍ଧି ପାଇଥିବା ବେଳେ ଏମଧ୍ୟରୁ ୧୩୩୯ଟି ଆକ୍ଟିଭ କେଶ ରହିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୬୦ ଜଣ ପୂର୍ବରୁ କ୍ଵାରେଣ୍ଟାଇନରେ ଥିବା ବାକି ୪୯ ଟି ଲୋକାଲ କେଶ ରହିଛି । କହିରଖିବା ଉଚିତ ହେବକି ସହରରେ ଏବେ ୨୨ ଜଣ କାରଣରେ ପ୍ରାଣ ହରାଇ ସାରିଲେଣି ।

ଅନ୍ୟପକ୍ଷରେ ସହରର ୧୩୪ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବା ଜଣାଯାଇଛି । ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨ ସରକାରୀ ହସ୍ପିଟାଲ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.