ଶିକାର ଘରେ ଶିକାରୀ, ପାଣି ଭିତରେ ଶିକାର କରୁଛି ବାଘ ଦେଖନ୍ତୁ ଭୟଙ୍କର ଭିଡିଓ

କୁହାଯାଏ ପାଣିରେ ରହି କୁମ୍ଭୀର ସଂଗେ କଳି କିନ୍ତୁ ଏଠି କଳି ନୁହେଁ ବରଂ କୁମ୍ଭୀରକୁ ଶିକାର କରାଯାଉଛି । ଏମିତି ଶିକାର ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । କିଛି ସମୟ ପାଇଁ ଆପଣ ଭାବିବାକୁ ବାଧ୍ୟ ହେବେ ଯେ କଣ ସତରେ ଏହା ସମ୍ଭବ ? ଆଜ୍ଞା ହଁ ଏହା ସତ । ଏହା ସମ୍ଭବ ମଧ୍ୟ । ଯଦି ବିଶ୍ୱାସ ନ ହେଉଛି ତାହେଲେ ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟକୁ ।


ନିଜ ଶିକାରକୁ କେମିତି ଟାର୍ଗେଟ କରିବାକୁ ପଡେ ତାହା ବୋଧହୁଏ ବାଘଠାରୁ ଭଲ ଆଉ କେହି ଜାଣିନଥିବେ । ବାଘ ତାର ଶିକାର ପାଇଁ କଳେ ବଳେ କୌଶଳ କିପରି ଆକ୍ରମଣ କରେ ତାହା ଆପଣ ଅନେକ ଭିଡିଓରେ ଦେଖିଥିବେ କିନ୍ତୁ ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ । ପାଣି ଭିତରେ ପଶି ଶିକାର କରୁଛି ବାଘ । ସେ ପୁଣି ଆଉ କିଛି ନୁହେଁ ଭୟଙ୍କର କୁମ୍ଭୀର । ଦେଖନ୍ତୁ କିଭଳି ଭୟଙ୍କର ଭାବେ ଚାଲିଛି ଶିକାର । ଏମିତି ଭୟଙ୍କର ଶିକାର ଆପଣ ଵୋଧହୁଏ ପୂର୍ବରୁ କେବେ ବି ଦେଖିନଥିବେ । ଏକ ବିରାଟ ଭୟଙ୍କର କୁମ୍ଭୀରକୁ ମୁଁହରେ ଧରି ଚାଲିଛି ବାଘ । କୁମ୍ଭୀରଟି କୂଳରେ ସୋଇଥିବା ସମୟରେ ହିଁ ବାଘ କରିଥିଲା ଆକ୍ରମଣ । ଆଉ ତାପରେ ପାଣି ଭିତରେ ହିଁ ତାକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ବାଘ । ଶେଷରେ ଅତି ଭୟଙ୍କର ଭାବେ ତାକୁ ମୁଁହରେ କାମୁଡି ଧରି ନେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ସତରେ ଏ ଦୃଶ୍ୟ ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ । ତେବେ । ଆଉ ଏହି ଭିଡିଓକୁ ଦେଖିବା ମାତ୍ରେ ହିଁ ଲୋକଙ୍କ ମୁଂହାରୁ ବାହାରୁଛି । ସତରେ କେଡେ ଭୟଙ୍କର ଏହି ଦୃଶ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.