Below header

କାର-ବାଇକ ଧକ୍କା, ଘଟଣାସ୍ଥଳରେ ୨ ମୃତ

ବାଲେଶ୍ୱର ଜିଲ୍ଲା ବାସୁଦେବପୁର-ଗୋପାଳପୁର ନିମିକି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗୋପାଳପୁର ନିକଟ ନିମଗୋହିର ନିକଟରେ ବାଇକ ସହିତ କାର ଦୁର୍ଘଟଣା ଧକ୍କାରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୋର (କେନ୍ୟୁଜ): କାର-ବାଇକ ଧକ୍କାରେ ୨ ବାଇକ ଆରୋହୀ ମୃତ। ବାଲେଶ୍ୱର ଜିଲ୍ଲା ବାସୁଦେବପୁର-ଗୋପାଳପୁର ନିମିକି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗୋପାଳପୁର ନିକଟ ନିମଗୋହିର ନିକଟରେ ବାଇକ ସହିତ କାର ଦୁର୍ଘଟଣା ଧକ୍କାରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ କାର ଘଟଣାସ୍ଥଳରୁ ପଳାଇଯାଇଛି। ମୃତକମାନେ ପଣ୍ଡାହରିପୁର ଗାଁର ନରହରି ସାହୁ ଓ ବରିପଦା ପଞ୍ଚାୟତ ଦୁଳପୁରର ପୋଲିସରେ କାର୍ଯ୍ୟରତ ହାବିଲଦାର ପରେଶ ଆଚାର୍ଯ୍ୟ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.