ବହୁ ଚର୍ଚ୍ଚିତ ଗୁଣୁପୁର ଗୌରୀ ପ୍ରସାଦ ମିଶ୍ର ହତ୍ୟାକାଣ୍ଡ ଘଟଣା: ପୁଣି ୨ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି

ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ପୁଣି ୨ ଜଣକୁ ଗିରଫ କଲା ଗୁଣୁପୁର ପୋଲିସ । ଗିରଫ ସଂଖ୍ୟା ୯କୁ ବୃଦ୍ଧି । ମୁଖ୍ୟ ଅଭିଯୁକ୍ତର ବାପା ଜଗନ୍ନାଥ ଓ ବଡ଼ ଭାଇ ରାମରାଜୁ ଗିରଫ କରିଛି ପୋଲିସ ।

ଗୁଣୁପୁର (କେନ୍ୟୁଜ): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ପୁଣି ୨ ଜଣକୁ ଗିରଫ କଲା ଗୁଣୁପୁର ପୋଲିସ । ଗିରଫ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ପୂର୍ବରୁ ଏହି ଘଟଣାରେ ୭ ଜଣ ଗିରଫ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତର ବାପା ଜଗନ୍ନାଥ ଓ ବଡ଼ ଭାଇ ରାମରାଜୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼ । ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ । ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଯୋଗ୍ୟ ଗୌରୀଙ୍କ ଦାଦାଙ୍କ ନାଁରେ ଥିବା ଜମି ହାତେଇବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ହୋଇଥିଲା ପ୍ଲାନ୍‌ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରିଷ୍ଣା ଓ ଜିକେ କରିଥିଲେ ପ୍ଲାନ୍‌ । ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇିଁ ୩୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍ । ସୁପାରି କିଲର ରାଜେଶକୁ ଲକ୍ଷେ ୯୦ ହଜାର ଟଙ୍କା ଦିଆସରିଥିଲା । ମେ ୧୩ ତାରିଖରେ ଗୌରୀ ତାଙ୍କ ବନ୍ଧୁଙ୍କ ସହ ବ୍ରିଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପରେ ସୁପାରି କିଲର ରାଜେଶ ଅବଶିଷ୍ଟ ଟଙ୍କା ମାଗିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ୍‌ । ରାଜେଶକୁ ବିଶାଖାପାଟଣାକୁ ଡାକି ୧୮ ତାରିଖରେ ହତ୍ୟା କରି ପୋତି ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.