Below header

ଘର ଭିତରକୁ ମାଡ଼ିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ୪ ଜଣ ଯାତ୍ରୀ

ନିଆଳି (କେ ନ୍ୟୁଜ୍‌) : ଘର ଭିତରକୁ ପଶିଗଲା କାର୍ । କାର୍‌ରେ ଥିବା ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବୁଦ୍ଧିପଡା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତ୍ରିରେ ଅଠାନ୍ତର ଗ୍ରାମର ୩ ଜଣ ଏକ କାର୍ ଭଡା କରି ମେଡିକାଲ୍ ଯାଉଥିଲେ । ଉତ୍ତରା-ବନମାଳିପୁର ରାସ୍ତା ବୁଦ୍ଧିପଡା ଛକରେ କାରଟି ଭାରସାମ୍ୟ ହରାଇ ଏକ ଘରେ ପଶିଯାଇଥିଲା । ଭାଗ୍ୟକୁ ସେହି ଘରେ କେହି ନଥିଲେ ।

ଜଣେ ବ୍ୟକ୍ତି ସେଠାରେ ନିଜ ଟେଣ୍ଟ ହାଉସ୍ ଜିନିଷପତ୍ର ରଖିଥିଲେ । ଦୁର୍ଘଟଣାରେ ଘରଟି ଭାଙ୍ଗି ଯିବା ସହ କାର୍‌ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାଳକାଟି ଫାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଡ୍ରାଇଭର୍ ସମେତ ୪ ଆହତମାନଙ୍କୁ ହସ୍ପିଟାଲ୍ ପଠାଇବା ସହ ଗାଡ଼ି ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.