ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ୬ଜଣ ଗୁରୁତର ଆହତ

ଅନୁଗୁଳ(କେନ୍ୟୁଜ): ଗଛରେ ପିଟିହେଲା କାର। ଗୋଟିଏ ପରିବାରର ୬ଜଣ ଗୁରୁତର ଆହତ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ୧୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। କାରଟି ବଲାଙ୍ଗିରରୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ବର ଗଛରେ ପିଟି ହୋଇଯାଇଥିଲା।

ଫଳରେ ଗାଡିରେ ଥିବା ଗୋଟିଏ ପରିବାରର ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.