ଜାତୀୟ ରାଜପଥରେ ବି ସ୍ପିଡ୍‌ ଡ୍ରାଇଭିଂକୁ ଜଗିବ ସିସିଟିଭି, ଘରକୁ ଯିବ ଇ-ଚାଲାଣ

ଭୁବନେଶ୍ୱର : ଜାତୀୟ ରାଜପଥରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଲୋକେ ସତର୍କ ହୋଇ ଯାଆନ୍ତୁ । ନହେଲେ ଘରକୁ ଯିବ ଚାଲାଣ । ଏନଏଚରେ ସ୍ପିଡ୍‌ ଡ୍ରାଇଭିଂକୁ ଜଗିବ ସିସିଟିଭି କ୍ୟାମେରା । ପରିବହନ ବିଭାଗ ଆରମ୍ଭ କରିଛି ଇଣ୍ଟ୍‌ିଗ୍ରେଟେଡ଼ ହାଇୱେ ମ୍ୟାନେଜମେଣ୍ଟ ସିଷ୍ଟମ । ପାଇଲଟ୍‌ ପ୍ରକଳ୍ପ ଭାବରେ ଜାତୀୟ ରାଜପଥ ରାମେଶ୍ୱରରୁ ଚଣ୍ଡୀଖୋଲ ଯାଏଁ ଏହାର ପରିଧି ରଖାଯାଇଛି । ରାସ୍ତାରେ ଲାଗିବ ସିସିଟିଭି । ସ୍ପିଡ୍‌ ବ୍ରେକର ବି ରହିବ । ଫଳରେ ଏହି ରୁଟରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଘରକୁ ଯିବ ଇ-ଚାଲାଣ । ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ସ୍ଥାନରେ କାର୍ଯ୍ୟକାରୀ ହେବ ଇଣ୍ଟ୍‌ିଗ୍ରେଟେଡ଼ ହାଇୱେ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ।

bikeଆହୁରି ମଧ୍ୟ ନିଷ୍ପତ୍ତି ହୋଇଛି, ଏଣିକି ଦଶମଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ସଡକ ସୁରକ୍ଷା ପାଠ । ଆଗାମୀ ଶିକ୍ଷାବର୍ଷରୁ ଏହା ଲାଗୁ ହେବ । ସିଲାବସ୍‌ରେ କେମିତି ଲାଗୁ ହେବେ ସେ ଦାୟିତ୍ୱ ଦିଆଯାଇଛି ଗଣଶିକ୍ଷା ବିଭାଗକୁ । ଖାରବେଳ ଭବନରେ ସଡ଼କ ସୁରକ୍ଷା ନେଇ ବସିଥିବା ବୈଠକରେ ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସେପଟେ ନାବାଳକ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମାର୍ଚ୍ଚ ୧ରୁ ଆଇନକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଗତ ତିନି ମାସ ଭିତରେ ରାଜ୍ୟରେ ଦୁର୍ଘଟଣାହାର କମିଛି । ଗତବର୍ଷ ସେପ୍ଟମ୍ବରରେ ୧୨ ପ୍ରତିଶତ କମ୍‌ ହୋଇଥିବା ବେଳେ ଅକ୍ଟୋବରରେ ୧୯ ପ୍ରତିଶତ ଏବଂ ନଭେମ୍ବରରେ ଦୁର୍ଘଟଣା ହାର ୭ ପ୍ରତିଶତ ହ୍ରାସ ପାଇଛି । ଗିରଫ ହୋଇଛନ୍ତି ୧୦ ହଜାର ମଦୁଆ ଡ୍ରାଇଭର ।

Leave A Reply

Your email address will not be published.