Below header

କରୋନା ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ର ଦେଲା ଅନୁଦାନ, ଓଡିଶା ଭାଗରେ ୩୩୩ କୋଟି ୮ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ମହାମାରୀ ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ । ୨୫ ରାଜ୍ୟକୁ ୮ହଜାର ୯ଶହ ୨୩ କୋଟି ୮ ଲକ୍ଷ ଟଙ୍କା ସହାୟତା ଦେଲା କେନ୍ଦ୍ର । ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଓଡ଼ିଶା ପାଇଁ ୩୩୩ କୋଟି ୮ ଲକ୍ଷ ଟଙ୍କା ପାଣ୍ଠି ଘୋଷଣା କଲା କେନ୍ଦ୍ର । ୟୁପିରେ କୋଭିଡ ମୁକାବିଲା ପାଇଁ ସର୍ବାଧିକ ୧୪୪୧ କୋଟି ।

ଆନ୍ଧ୍ରକୁ ୩୮୭କୋଟି ୮ ଲକ୍ଷ, ଆସାମକୁ ୨୩୭ କୋଟି ୨ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ପଶ୍ଚିମବଙ୍ଗକୁ ୬୫୨କୋଟି ୨ ଲକ୍ଷ, ବିହାରକୁ ୭୪୧ କୋଟି ୮ ଲକ୍ଷ ଅନୁଦାନ ଦେଇଛି କେନ୍ଦ୍ର । ତାମିଲନାଡୁକୁ ୫୩୩ କୋଟି, ଛତିଶଗଡ଼କୁ ୨୧୫ କୋଟି ଅନୁଦାନ ମିଳିବ । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.