ପିଆଜ କିମ୍ବା ରସୁଣ ଖାଇଛନ୍ତି ଆଉ ପାଟିରୁ ଗନ୍ଧ ବାହାରୁଛି, ତେବେ ଏମିତି ଉପାୟରୁ ବାସ୍ନାକୁ କରନ୍ତୁ ଦୂର

ଭୋଜନରେ ପିଆଜ ରସୁଣ ଖାଇଥିଲେ ପାଟିରୁ ଅଲଗା ତାର ବାସ୍ନା ବାହାରିଥାଏ। ଯାହାଦ୍ୱାରା ଆମ କାହା ସାମ୍ନାରେ କଥା ହେଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତେଣୁ ଏହି ସମୟରେ ଟିକେ ଅସହଜ ମନେ ହୁଏ। ଲଜ୍ଜିତ ଅନୁଭବ ଭଳି ମଧ୍ୟ ଲାଗିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ କେମିତି ଆପଣ ଏହି ଦୁର୍ଗନ୍ଧରୁ ରକ୍ଷା ପାଇପାରିବେ।

ପିଆଜ ଏବଂ ରସୁଣରେ ଏଲିସିନ୍,ଅଲାୟଲ ମିଥାଇଲ ସଲଫାଇଡ ଏବଂ ସିସଟିନ ସଲଫୋକ୍ସାଇଡ ଭଳି କେତେକ ଖାସ୍ ଉପାଦାନ ରହିଥିବାରୁ ଏହାକୁ ଖାଇବା ଦ୍ବାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଯେତେବେଳେ ଆମେ ପିଆଜ ରସୁଣକୁ କାଟିଥାଉ ସେଥିରେ ଅଲାୟଲ ମିଥାଇଲ ବାହାରିଥାଏ ଏବଂ ଯେତେବେଳେ ଆମେ ଏହା ଖାଇଥାଉ ଏହି ଉପାଦାନ ଆମ ରକ୍ତପ୍ରବାହରେ ମିଶିଥାଏ,ଯେଉଁ କାରଣରୁ ନିଃଶ୍ବାସ ନେବାବେଳେ ଦୁର୍ଗନ୍ଧ ହୋଇଥାଏ। ଯଦି ପିଆଜ ରସୁଣର ଦୁର୍ଗନ୍ଧରୁ ମୁକ୍ତି ଚାହୁଛନ୍ତି ତେବେ ଏହି ଜିନିଷଗୁଡ଼ିକ ଖାଆନ୍ତୁ।

ଖାଇସାରିବା ପରେ ସେଓ ଖାଇବା ଦରକାର କାରଣ ଏଥିରେ ଥିବା ଏନଜାଇମ୍ ସଲଫର ଉପାଦାନକୁ ନଷ୍ଟ କରିଥାଏ ଯାହା ଦ୍ବାରା ପାଟିରୁ ଦୁର୍ଗନ୍ଧ ହୋଇନଥାଏ।

ପିଆଜ ରସୁଣ ଖାଇବାର ୧୫-୨୦ମିନିଟ ପରେ କ୍ଷୀର ପିଅନ୍ତୁ। ଏହାଦ୍ୱାରା ଗନ୍ଧ କମିଯିବ।

ପିଆଜ ,ରସୁଣରୁ ବାହାରୁଥିବା ଦୁର୍ଗନ୍ଧକୁ କମାଇବାର ସବୁଠୁ ସହଜ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ପାଣି। ଖାଇ ସାରିବା ପରେ ଅଳ୍ପ ନଖ ଉଷୁମ ପାଣି ପିଇବା ଦ୍ବାରା ଏହା ଟକ୍ସିନକୁ ନଷ୍ଟ କରି ଗନ୍ଧ ଦୂର କରିଥାଏ।

ପାନମଧୁରୀ ଏବଂ ଅଳେଇଚ ଚୋବାଇବା ଦ୍ବାରା ଦୁର୍ଗନ୍ଧ ଦୂର ହୋଇଥାଏ।

ଲେମ୍ବୁ ଦୁର୍ଗନ୍ଧକୁ ଦୂର କରିଥାଏ। ଏଥି ପାଇଁ ଅଳ୍ପ ନଖ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ଖାଇବାର ୧୫ମିନିଟ ପରେ କୁଳି କଲେ ଦୁର୍ଗନ୍ଧ ଦୂର ହୋଇଥାଏ।

ଚୁଇଙ୍ଗମ୍ ଖାଇବା ଦ୍ବାରା ଦୁର୍ଗନ୍ଧକୁ ଦୂର କରିଥାଏ ଏବଂ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.