Below header

ଭାରତ ପାଇଁ ପ୍ରାର୍ଥନା କରୁଛନ୍ତି ଇସ୍ରାଇଲବାସୀ, ଜପୁଛନ୍ତି ଓଁ ନମଃ ଶିବାୟ; ଦେଖନ୍ତୁ ଭିଡିଓ

ଏବେ ଭାରତରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ଅଧିକ ସାଂଘାତିକ ରହିଛି। ଅନ୍ୟ ଦେଶମାନଙ୍କରେ ସଂକ୍ରମଣ କମିଥିବା ବେଳେ ଭାରତରେ କିନ୍ତୁ ଏହା ଦ୍ରୁତ ବେଗରେ ବଢ଼ୁଛି। ସାରା ବିଶ୍ୱ ଏବେ ଭାରତକୁ ସାହାଯ୍ୟର ହାତ ବଢ଼ାଇଥିବା ବେଳେ ମିତ୍ର ରାଷ୍ଟ୍ର ଇସ୍ରାଇଲ ଭାରତର ସୁସ୍ଥତା କାମନା କରି ଓଁ ନମଃ ଶିବାୟ ଜପ କରୁଛି।

ଇସ୍ରାଇଲର ଲୋକମାନେ ଭାରତ ଶୀଘ୍ର ସୁସ୍ଥ ହେବା ଲାଗି ଭଗବାନ ଶିବଙ୍କ ଆହ୍ୱାନ କରିଛନ୍ତି। ଏଣୁ ସେମାନେ ଓଁ ନମଃ ଶିବାୟ ଜପୁଛନ୍ତି। ଇସ୍ରାଇଲ ଏକ ଇହୁଦୀ ଦେଶ ହୋଇଥିଲେ ମଧ୍ୟ ଏଠାକାର ଲୋକେ ଭାରତ ପାଇଁ ଶିବଙ୍କ ଶରଣକୁ ଯାଇଛନ୍ତି।

 

View this post on Instagram

 

A post shared by Pawan K Pal 🇮🇳 (@pawank90)

ଇସ୍ରାଇଲରେ ଭାରତୀୟ ଦୂତାବାସର ଅଧିକାରୀ ପବନ କେ ପାଲ ଏକ ସୁନ୍ଦର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଇସ୍ରାଇଲର ଲୋକମାନେ ଏକାଠି ହୋଇ ଓଁ ନମଃ ଶିବାୟ ଜପ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଏବେ ଇସ୍ରାଇଲ କରୋନା ସଂକ୍ରମଣରୁ ମୁକ୍ତ ହୋଇଛି। ଏଣୁ ବନ୍ଧୁ ରାଷ୍ଟ୍ର ପାଇଁ ସେମାନେ ପ୍ରାର୍ଥନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.