କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ, ମୂଲ୍ୟ ହେବ ୧୧ ଲକ୍ଷ ଟଙ୍କା

କୋରାପୁଟ(କେ ନ୍ୟୁଜ): ବିପୁଳ ପରିମାଣର ଗଂଜେଇ ଜବତ । ଏକ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ । ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ । କୋରାପୁଟରୁ ଝାଡ଼ଖଣ୍ଡ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ରେଡ଼ କରିଥିଲା ଅବକାରୀ ବିଭାଗର ସ୍କ୍ଵାଡ । ଏହି ଘଟଣାରେ ଝାଡ଼ଖଣ୍ଡର ମହେଶ ଦାସ ଓ ରାକେଶ କୁମାର ପରମାଣିକକୁ ଗିରଫ କରିଛି । ଏଥିସହ ଦାମୀ କାରକୁ ଜବତ କରିଛି ଅବକାରୀ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.