କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, ପୋଷ୍ୟ ସ୍କୁଲର ବିକାଶ ଉପରେ କଲେ ଆଲୋଚନା

କେନ୍ଦୁଝର(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା “ମୋ ସ୍କୁଲ” କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବରୁ ସେ ନିଜେ ପଢ଼ୁଥିବା ଧନଞ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଆଡ଼ପଟ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ ବୈଠକେ । ସେହି ବିଦ୍ୟାଳୟର ପୁରୁଣା ମର୍ଯ୍ୟାଦାକୁ ଫେରାଇ ଆଣିବା ଉପରେ ହିଁ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ବୈଠକରେ ସମସ୍ତ ଶିକ୍ଷକ, ପୂର୍ବତନ ଛାତ୍ର ଓ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ପୂର୍ବ ଗୌରବ ଫେରାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟ ଶାସନ ସଚିବ । ଏହି ଅବସରରେ ROBOTIC ବ୍ୟବସ୍ଥା ଯୁକ୍ତ ଏକ ICT ଉଦ୍ଘାଟନ ମଧ୍ୟ କରିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.