ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଦେବେ ଯୋଗ

କେନ୍ଯୁଜ୍: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବେ । ଅପରାହ୍‌ଣ ୨ଟାରେ ବିଜେପି ପକ୍ଷରୁ ସିଏଏକୁ ନେଇ ଆୟୋଜିତ ହେବାକୁ ଥିବା ଜନ ସମାବେଶରେ ଉଦ୍‌ବୋଧନ ଦେବେ । ସନ୍ଧ୍ୟାରେ ଭୁବନେଶ୍ୱରରେ ଦଳର ବରିଷ୍ଠ ନେତା, ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ବିଜେପି ସଂଗଠନ ମଜଭୁତ କରିବା ନେଇ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ଶାହ । ଦୁଇ ଦିନିଆ ଗସ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ସେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ ସାରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.