Below header

କରୋନା ଯୋଗୁଁ ବଢିପାରେ ମାନ୍ଦାବସ୍ଥା

ଚାଇନାରେ ଦେଖାଦେଇଥିବା କରୋନା ମହାମାରୀ ଧିରେଧିରେ ନିକର କାୟା ବିସ୍ତାର କରିବାରେ ଲାଗିଛି। କେବଳ ଚାଇନା ନୁହେଁ ବରଂ ସମଗ୍ର ପୃଥିବୀର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ପୁଣି ଥରେ ପୃଥିବୀରେ ମାନ୍ଦାବସ୍ଥା ଦେଖାଯିବାର ଆଶଙ୍କା ରହିଥିବା ମୁଡିଜ୍‌ ଆନାଲିଟକ୍ସ୍‌ ପକ୍ଷରୁ କୁହାଯାଇଛି। କରୋନା ଆତଙ୍କ ଯୋଗୁ ଚାଇନାର ବହୁ ଶିଳ୍ପ ଉଦ୍ୟୋଗରେ ତାଲା ଲାଗିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିବାରେ ଲାଗିଛି।

stock-market-

କରୋନା ଯୋଗୁଁ ଚାଇନା ବୈଦ୍ୟୁତିକ ଉପକରଣ ଉପରେ ଘୋର ପ୍ରଭାବ ପଡିଛି। ଯେଉଁଥିପାଇଁ ଚାଇନାରେ ଶିଳ୍ପ ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି। କେବଳ ଚାଇନା ନୁହେଁ ବରଂ ଭାରତ ଏବଂ ପାକିସ୍ତାନରେ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ବଢିଚାଲିଛି। ଇତିମଧ୍ୟରେ ଇଟାଲୀ, ଇରାନ୍‌, କୋରିଆରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ହୋଇଛି। ପ୍ରତିବର୍ଷ ୩୦ ଲକ୍ଷରୁ ଅଧିକ ଚାଇନା ପର୍ଯ୍ୟଟକ ଆମେରିକା ଯାଇଥାନ୍ତି। ତେବେ କରୋନା ଆତଙ୍କ ଯୋଗୁ ଏହା ବନ୍ଦ ହୋଇଛି। କରୋନା ଭୟରେ ଦେଶ ଦେଶ ମଧ୍ୟରେ ହେଉଥିବା ଆମଦାନୀ ତଥା ରପ୍ତାନୀ ଉପରେ କଟକଣା ଲଗାଯାଇଛି। ଶୀଘ୍ର ପରିସ୍ଥିତି ନ ସୁଧୁରିଲେ ଏହାର ପ୍ରଭାବରୁ ପୃଥିବୀର ଅନ୍ୟ ବୃହତ୍‌ ଅର୍ଥ ବ୍ୟବସ୍ଥା ମଧ୍ୟ ନିସ୍ତାର ପାଇବେ ନାହିଁ ବୋଲି ମୁଡିଜ୍‌ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.