Below header

ରିଲିଜ୍‌ ହେଉ ହେଉ ବିବାଦରେ ଫସିଲା ‘ବାଗୀ ୩’ର ‘Do You Love Me’ ଗୀତ, ଇନ୍‌ଷ୍ଟା ଷ୍ଟୋରୀରେ ନିଜ ରାଗ ବାହାର କଲେ ବ୍ରିଟିଶ ପ୍ରଡ୍ୟୁସର

ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ବାଗୀ ୩’ର ବହୁ ପ୍ରତୀକ୍ଷିତ ଗୀତ ‘Do You Love Me’ ଆଉଟ୍‌ ହେଉ ହେଉ ବିବାଦ ଘେରକୁ ଚାଲିଆସିଛି। ଏବେ ବ୍ରିଟିଶ ରେକର୍ଡ ପ୍ରଡ୍ୟୁସର TroyBoi ଟି-ସିରିଜ୍‌ ଉପରେ ନିଜ ରାଗ ବାହାର କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ଗୀତ ତାଙ୍କ ଗୀତର ନକଲ।

b1

TroyBoi ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ‘କେତେ ଅଜବ କଥା ଯେ ମୋ ଲାଟେଷ୍ଟ ଗୀତ ଭାରତକୁ ସମର୍ପିତ ଥିଲା ଏବଂ ଏହା ହିଁ ହେଲା’। ସେ ନିଜ ଗୀତର କ୍ଲିପ୍‌ ଏବଂ ଟିଜର ଭିଡିଓ ଶେୟାର କରିଥିଲେ, ଯାହାକି ଖୁବ୍‌ ଭାଇରାଲ ହେଉଛି। କେବଳ ଏତିକି ନୁହେଁ, TroyBoi ଆହୁରି ଲେଖିଥିଲେ ଯେ ‘ତାଙ୍କୁ ମାଇକେଲ ଜାକ୍ସନଙ୍କ ‘ଥ୍ରିଲର’ ଭିଡିଓ ମନେ ପଡ଼ିଯାଉଛି, ଯାହାକୁ ଚିରଞ୍ଜିବୀଙ୍କ ଏକ ଗୀତରେ କପି କରାଯାଇଥିଲା। ସେ ଏହାର ବି ଭିଡିଓ ଶେୟାର କରିଥିଲେ।

 

View this post on Instagram

 

Do you love me? @dishapatani . . Top: #Doyouloveme by @troyboi @parrisgoebel ; #DoYouLoveMe in #baaghi3

A post shared by Diet Sabya (@dietsabya) on

ସେପଟେ ‘ବାଗୀ ୩’ ନିର୍ମାତା ମଧ୍ୟ ନିଜ ବୟାନ ଜାରି କରି କହିଛନ୍ତି, ସେ ଲେବ୍‌ନିଜ ଫ୍ୟାମିଲି ବ୍ୟାଣ୍ଡ୍‌ The Bendaly Familyର ୨୦୧୨ ଟ୍ରାକ୍‌ର ରାଇଟ୍‌ସ କିଣିଛନ୍ତି। ଟି-ସିରିଜ୍‌ ଏହାର କ୍ରେଡିଟ୍‌ ମଧ୍ୟ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.