Below header

ସ୍ୱାଭାବିକ ପ୍ରସବ ଠାରୁ ଅଧିକ ହେଉଛି ସିଜରିଆନ ଡେଲିଭରି, ମେ ୧ତାରିଖରୁ ଘରୋଇ ଡାକ୍ତରଖାନାରୁ ହେବ ସି-ସେକ୍ସନ ଅଡିଟ

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସମସ୍ତ ଘରୋଇ ଡାକ୍ତରଖାନାରେ ପ୍ରସବଜନିତ ସିଜରିଆନ ଅଡିଟ କରିବାକୁ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଉଛି ସିଜରିଆନ ପ୍ରସବ। ସ୍ୱାଭାବିକ ପ୍ରସବ ଠାରୁ ଅଧିକ ହେଉଛି ସିଜରିଆନ ଡେଲିଭରି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଡାକ୍ତରଖାନାରେ ପ୍ରସବଜନିତ ସିଜରିଆନ ଅଡିଟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ମେ ୧ତାରିଖରୁ ସି-ସେକ୍ସନ ଅଡିଟ ଆରମ୍ଭ ହେବ। ପୂର୍ବରୁ ସମସ୍ତ ସରକାରୀ ଡାକ୍ତରଖାନାରେ ଏହି ଅଡିଟ ବ୍ୟବସ୍ଥା ଲାଗୁ ହୋଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ଏନଏଫଏଚଏସ ୨୦୧୫-୧୬ ଓ ଏନଏଫଏଚଏସ ୨୦୧୯-୨୧ ମଧ୍ୟରେ ପ୍ରସବଜନିତ ଅସ୍ତ୍ରୋପଚାର ହାର ୫୩. ୭ ପ୍ରତିଶତରୁ ବୃଦ୍ଧି ପାଇ ୭୦.୭ ପ୍ରତିଶତରେ ପହଞ୍ଚିଛି। ଏଥିଯୋଗୁଁ ରାଜ୍ୟରେ ଏବେ ସି-ସେକ୍ସନ ଅଡିଟ ଅପରିହାର୍ଯ୍ୟ ହୋଇପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.