Below header

ଭୁନେଶ୍ୱରରୁ ଜୟପୁର ଯାଉଥିବା ଚକାଡୋଳା ବସ୍ ରେ ଲାଗିଲା ନିଆଁ

ଭୁନେଶ୍ୱର(କେନ୍ୟୁଜ୍): ଚଳନ୍ତା ବସ୍‌ରେ ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଚକାଡୋଳା ନାମକ ଏକ ଘରୋଇ ବସ୍‌ ଭୁନେଶ୍ୱରରୁ ଜୟପୁର ଯାଉଥିବାବେଳେ ଏଥିରୁ ପ୍ରବଳ ଧୂଆଁ ବାହାରି ହତାଠ୍‌ ନିଆଁ ଲାଗିଯାଇଥିଲା। ନବରଙ୍ଗପୁର ସର୍କିଟ ହାଉସ ନିକଟରେ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ତୁରନ୍ତ ବସ୍‌କୁ ଅଟକାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ବସ୍‌ରେ ପ୍ରାୟ ୨୫ଜଣ ଯାତ୍ରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.