Below header

କୋଡିଏ କୋଟିର ଦେବୀ, ପ୍ରଥମ ଥର ପାଇଁ କୋଲକାତାରେ ୫୦ କିଲୋ ସୁନାରେ ନିମିର୍ତ ହେଉଛି ମା ଦୁର୍ଗାଙ୍କ ପ୍ରତିମା

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ହୋଇଥାଏ ବିଶ୍ୱପ୍ରସିଦ୍ଧ ଦୁର୍ଗାପୂଜା। କୋଲକାତାରେ ମାଙ୍କର ଆଗମନକୁ ବହୁତ ଧୂମଧାମରେ ପାଳନ କରନ୍ତି। ଏଥିପାଇଁ କିଏ ସୁସଜ୍ଜିତ ତୋରଣ ପ୍ରସ୍ତୁତ କରୁଛନ୍ତି ତ ଆଉ କିଏ ମାଙ୍କୁ ସୁନାରେ ସଜାଉଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ଆୟୋଜନ ସମିତି ୫୦ କିଲୋର ସୁନାର ପ୍ରତିମା ନିର୍ମାଣ କରିଛନ୍ତି। ଏହି ସୁନାର ଆନୁମାନିକ ମୂଲ୍ୟ ହେଉଛି ପାଖାପାଖି ୨୦ କୋଟି ଟଙ୍କା। ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ସନ୍ତୋଷ ମିତ୍ର ପୂଜା କମିଟି ପୂଜା ସମିତିରେ ୧୩ ମିଟର ଉଚ୍ଚତାରେ ନିର୍ମାଣ କରାଯାଉଛି ମାଙ୍କର ପ୍ରତିମାକୁ।

durgaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂଚା ଚାରି ଆକ୍ଟୋବର ଠାରୁ ଆରମ୍ଭ ହେଉଛି। ଆୟୋଜନ ସମିତିର ଅଧ୍ୟକ୍ଷ କହିଛନ୍ତି ଯେ ଏହା ପୂର୍ବରୁ ମହାନଗରରେ ସୁନାର ପ୍ରତିମା ତିଆରି କରାଯାଇନାହିଁ। ଏଥିପାଇଁ ଅଧିକ ସୁନା କିଣାଯାଇନାହିଁ ବରଂ ଏକ ରୁ ଅଧିକ ଆଭୂଷଣ ନିର୍ମାତା ଏଥିପାଇଁ ସୁନା ଦାନ କରିଛନ୍ତି। ପ୍ରତିମାର ସାଂକେତିକ ବିର୍ସଜନ ପରେ ସେମାନଙ୍କୁ ଏହି ସୁନା ଫେରାଇଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.