Below header

ପତ୍ନୀଙ୍କ ଦୁର୍ଗା ରୂପ, ସ୍ୱାମୀ ଓ ପ୍ରେମିକା ନିର୍ଧୁମ ଛେଚିଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ସ୍ୱାମୀଙ୍କୁ ନେବାକୁ ପଡିଲା ତାନ୍ତ୍ରିକଙ୍କ ସାହାଯ୍ୟ । ହେଲେ ତାନ୍ତ୍ରିକର ସେହି ସାହାଯ୍ୟ ଭାରି ପଡିଛ ବିଚରା ସ୍ୱାମୀ ଉପରେ ।

ସୂଚନା ଅନୁଯାୟୀ ସ୍ୱାମୀ ଯେତେବେଳେ ନିଜ ପ୍ରେମିକା ସହିତ ଯାଇ ତାନ୍ତ୍ରିକ ପାଖରେ ପହଁଥିଲା, ସେହି ସମୟରେ କୌଣସି ପ୍ରକାରରେ ସୂଚନା ପାଇ ପତ୍ନୀ ନିଜର ପରିବାର ଲୋକଙ୍କ ସହିତ ଶ୍ମଶାନ ଘାଟ ରୋଡରେ ପହଁଚିଥିଲେ । ସେଠାରେ ପହଁଚିବାପରେ ସ୍ୱାମୀ ଏବଂ ତାଙ୍କ ପ୍ରେମିକାଙ୍କୁ ତାନ୍ତ୍ରିକ ପାଖରେ ବସିଥିବା ସମୟରେ ହିଁ ଧରିପକାଇଥିଲେ । ସେହି ସମୟରେ ନିଜକୁ ରକ୍ଷା କରିବା ପାଇଁ ତାନ୍ତ୍ରିକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲା । କିନ୍ତୁ ସେଠାକୁ ବାହାରି ପାରିନଥିଲେ ସ୍ୱାମୀ ଓ ପ୍ରେମିକା ଜଣକ । ତାପରେ ଉଭୟଙ୍କୁ ନିର୍ଧୁମ ଛେଚିଥିଲେ ପତ୍ନୀ । ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ୍‌ ପହଁଚି ସମସ୍ତଙ୍କୁ ଥାନାକୁ ଆଣିଥିଲା ।

tanrika

ଏହାସହ ପଢନ୍ତୁ:

ଜାଣନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଏ ଏହି ବାଳକ, ଯିଏ ମୋଦି ଏବଂ ଟ୍ରମ୍ପଙ୍କ ସହିତ ନେଇଥିଲେ ସେଲ୍ଫି

ଏହି ଘଟଣା ମଙ୍ଗଳବାର ଦିନ ସକାଳେ ଘଟିଥିବା ଜଣାପଡିଛି । ଜଗଦିସପୁର ନିବାସୀ ଏହି ଯୁବକ ନିଜ ପତ୍ନୀ ଏବଂ ପରିବାର ସହିତ ରହୁଥିଲେ । ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କର ଗତ ଦୁଇ ବର୍ଷ ହେବ କୌଣସି ଏକ ବିବାହିତା ସମିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିଲା। ଯାହାର ଖବର ଯୁବକର ପରିବାର ଲୋକଙ୍କୁ ଜଣାପଡିଥିଲା । ଯେଉଁଥିପାଇଁ ପ୍ରତିଦିନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହୁଥିଲା । ଏହି ଝଗଡାକୁ ମୁକ୍ତି ପାଇବା ପାଇଁ ଯୁବକଙ୍କୁ କେହି ଜଣେ ତାନ୍ତ୍ରିକ ପାଖକୁ ଯିବାକୁ କହିଥିଲେ । ଯାହାପରେ ପ୍ରେମିକା ସହିତ ଯୁବକ ଜଣଙ୍କ ତାନ୍ତ୍ରିକ ପାଖରେ ଯାଇ ପହଁଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.