ଆସୁଛି ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ା ଯାଇଥିବା ଡଙ୍ଗାକୁ କରାଯାଉଛି ଉଦ୍ଧାର

ଆଉ ଦିନ କେଇଟାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ପୁଷ୍କରିଣୀରେ ବୁଡ଼ାଯାଇଥିବା ଡଙ୍ଗା ଗୁଡ଼ିକୁ ବାହାର କରି ସଫେଇ କରାଯାଇଛି।

ପୁରୀ (କେନ୍ୟୁଜ): ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ଉଦ୍ଧାର। ଚଳିତ ମାସ ୨୩ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀରୁ ଡଙ୍ଗା ଉଦ୍ଧାର ହେଉଛି। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକମାନେ ଉଦ୍ଧାର କରୁଛନ୍ତି। ଚାପ ଡ଼ଙ୍ଗା ଗୁଡିକୁ ଆବଶ୍ୟକୀୟ ମରାମତି ପରେ ଏହାକୁ ରଙ୍ଗ କରାଯାଇ କାର୍ଯ୍ୟରେ ଲଗାଯିବ ।

ମଦନ ମୋହନ ପଞ୍ଚୁ ପାଣ୍ଡବଙ୍କ ସହ ଶ୍ରୀଦେବୀ, ଭୂଦେବୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ। ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ବିଭିନ୍ନ ଜାନିଯାତ୍ରା ମଧ୍ୟରୁ ଚନ୍ଦନ ଯାତ୍ର ଅନ୍ୟତମ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ମାନବଙ୍କ ପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲଗାଇ ନରେନ୍ଦ୍ର ପୁଷ୍କରିଣୀରେ କରିବେ ଜଳ କ୍ରୀଡା।