Below header

ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର, ଯୋଜନା ପ୍ରସ୍ତୁତ କଲେ ରାଜ୍ୟ ସରକାର

ପୁରୀ (କେନ୍ୟୁଜ୍‌) : ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ୱାକାଂକ୍ଷୀ ଯୋଜନାର ରୂପାୟନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତତ ଆଲୋଚନା କରିଥିଲେ ।

ଚନ୍ଦ୍ରଭାଗାଠାରେ ୧ କିମି ବ୍ୟାପୀ ଜଳକ୍ରୀଡ଼ା, ଆମୋଦପ୍ରମୋଦ, ଚଲାପଥ, ସାଇକେଲ୍ ଟ୍ରାକ୍, ମୁକ୍ତ ରଙ୍ଗମଞ୍ଚ ଆଦି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ସେହିପରି ତଳସାରୀର ବେଳାଭୂମିରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ । ତାରକା ହୋଟେଲ ନିର୍ମାଣ କରାଯିବ । ପର୍ଯ୍ୟଟକଙ୍କ ପାଇଁ ପାଭିଲିଅନ ସହ ବର୍ଷା ଆଶ୍ରୟସ୍ଥଳ, ସିଟିଂ ଆଇସ୍ଲାଣ୍ଡ ଆଦିର ସୁବିଧା କରାଯିବ । ଏସବୁ ଭିତ୍ତିଭୂମି କାର୍ଯ୍ୟ ଅକ୍ଟୋବର ୨୦୨୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.