Below header

ଆଜି ରଥକାଠ ଅନୁକୂଳ, ପବିତ୍ର ସରସ୍ୱତୀ ପୂଜା ଅବସରରେ ହେବ ଅନୁକୂଳ

ପୁରୀ: ପବିତ୍ର ସରସ୍ୱତୀ ପୂଜା ଅବସରରେ ଆଜି ପୁରୀରେ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ହେବ। ରଥଖଳାରେ ୩ଟି ରଥ କାଠକୁ ରଖାଯାଇ ଏହି ଅନୁକୂଳ କାର୍ଯ୍ୟ କରାଯିବ। ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ୩ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ବ୍ରାହ୍ଣଣମାନେ ବାଗ୍‌ଦେବୀଙ୍କୁ ଆବାହନ କରିବା ସହ ପୂଜାର୍ଚ୍ଚନା କରିବେ। ଆସନ୍ତା ରାମନବମୀ ତିଥିରେ ଲନୁକୁଳ କରାଯାଇ କାଟ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ। ଚଳିତ ବର୍ଷ ୪୯ଟି ଅସନ ଓ ଧଉରା କାଠ ପ୍ରଥମ ପର୍ଯ୍ୟାୟରେ ଆସିଛି। ଅବଶିଷ୍ଟ ୭୬୯ଖଣ୍ଡ କାଠ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.