Below header

ସୁଶାନ୍ତଙ୍କ ପରେ ତାଙ୍କ ସହିତ କାମ କରିଥିବା ଏହି ଆକ୍ଟର ମଧ୍ୟ କଲେ ଆତ୍ମହତ୍ଯା, ସୁଇସାଇଡ ନୋଟରେ ଲେଖିଲେ ଏମିତି କଥା

ସୁଶାନ୍ତଙ୍କ ଆତ୍ମହତ୍ଯାର କୋହ ଫ୍ଯାନଙ୍କ ମନରୁ ଏଯାଏଁ ଲିଭିନଥିବା ବେଳେ ତାଙ୍କ ସହିତ କାମ କରିଥିବା ଆଉ ଜଣେ ଅଭିନେତା ଆତ୍ମହତ୍ଯା କରିଛନ୍ତି। ଫିଲ୍ମ ଏମ ଏସ୍ ଧୋନୀ- ଅନଟୋଲ୍ଡ ଷ୍ଟୋରୀର ସୁଶାନ୍ତଙ୍କ ସହିତ ନଜର ଆସିଥିବା କୋ-ଷ୍ଟାର ସନ୍ଦୀପ ନାହାର ଆତ୍ମହତ୍ଯା କରିଛନ୍ତି। ଆତ୍ମହତ୍ଯା କରି ଏକ ସୁଇସାଇଟ ନୋଟ୍ ମଧ୍ୟ ଲେଖିଯାଇଛନ୍ତି। ମୁମ୍ବାଇ ପୋଲିସ ଅନୁସାରେ ସନ୍ଦୀପ ମୁମ୍ବାଇର ଗୋରେଗାଓଁ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୋମବାର ନିଜ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ନେଇ ଧମକପୂର୍ଣ୍ଣ ଭିଡିଓ ଫେସବୁକ୍ରେ ପୋଷ୍ଟ କରିଥିଲେ ନାହାର। ଏହା ସହ ସମ୍ପୂର୍ଣ୍ଣ ଘଟଣାକ୍ରମ ବର୍ଣ୍ଣନା ମଧ୍ୟ କରିଥିଲେ। ୧୦ ମିନିଟ୍ର ଭିଡିଓରେ ନାହାର କହିଥିଲେ, ‘ମୋତେ କିଛି ଫିଲ୍ମରେ ଦେଖିଥିବେ। ମୁଁ ଏମଏସ୍ ଧୋନୀରେ ଛୋଟୁ ଭାୟା ଭୂମିକାରେ ନଜର ଆସିଥିଲି। ଆଜି ଏହି ଭିଡିଓ କରିବାର ଲକ୍ଷ୍ୟ ହେଉଛି ଜୀବନରେ ଅନେକ ସମସ୍ଯା ରହିଛି। ଏଥିପାଇଁ ମସ୍ତିଷ୍କର ସନ୍ତୁଳନ ଠିକ୍ ନାହିଁ। ପତ୍ନୀଙ୍କୁ ବହୁବାର ବୁଝାଇଛି। ୩୬୫ ଦିନ ଝଗଡ଼ା କରିବା ଆତ୍ମହତ୍ୟା କରିବାର ଧମକ ଦେବା ସହ ସେ ନିଜେ ମରିବା ପରେ ମୋତେ ଫସାଇଦେବା କଥା କହୁଛି।’

nihar
photo credit: F-Newshub

ପୋଲିସ ସୂତ୍ରରୁ ପାରିବାରିକ କଳହ ଯୋଗୁଁ ନାହାର ଆତ୍ମହତ୍ଯା କରିଥିବା ଜଣାପଡିଛି। ମରିବାର ୩ ଘଣ୍ଟା ପୂର୍ବରୁ ନାହାର ଏହି ଭିଡିଓ ପୋଷ୍ଟ କରିଥିବା ପୋଲିସ କହିଛି। କିନ୍ତୁ ତାଙ୍କ ମୃତ୍ଯୁ କେମିତି ହୋଇଛି, ପୋଲିସ ତାହା ଶବ ବ୍ଯବଚ୍ଛେଦ ପରେ ଜଣାପଡିବ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.