ଆଜି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ଏକ ସଙ୍ଗରେ ବସିବେ ୨୦ ହଜାର ଦର୍ଶକ

ରାଉରକେଲା : ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ରାଉରକେଲା ବିପିୟୁଟି କ୍ୟାମ୍ପସରେ ୧୫ ଏକର ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଷ୍ଟାଡିୟମରେ ଏକ ସଙ୍ଗରେ ୨୦ ହଜାର ଦର୍ଶକ ବସିପାରିବେ । ଯାହା ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବାକୁ ଯାଉଛି। ବିପିୟୁଟି କ୍ୟାମ୍ପସରେ ହକି ଷ୍ଟାଡିୟମ ନିର୍ମାଣ ହେବ । ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ସିନ୍ଥେଟିକ୍‌ ଟର୍ଫର ହକି ଷ୍ଟାଡିୟମ ନିର୍ମାଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.