କଟକ ଓଏମ୍‌ପିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଉପରେ ସ୍ଥିତାବସ୍ଥା ବଳବତ୍ତର, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: କଟକ ଓଏମ୍‌ପିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଉପରେ ସ୍ଥିତାବସ୍ଥା ବଳବତ୍ତର। ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ପୋଲିସ କଲୋନୀ ଖାଲି କରିବାକୁ ହୋଇଥିବା ନୋଟିସ ସଂକ୍ରାନ୍ତରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ହାଇକୋର୍ଟରେ ଏ ନେଇ ଥିବା ମାମଲାର ଶୁଣାଣି ଘୁଞ୍ଚିଛି। ଗତ ୨ ତାରିଖରେ ଏ ନେଇ ଶୁଣାଣି କରି ଜାନୁଆରୀ ୧୫ରେ ଦିଆଯାଇଥିବା କ୍ୱାର୍ଟର ଖାଲି ନୋଟିସ ଉପରେ ସ୍ଥିତାବସ୍ଥା ଜାରି କରିଥିଲେ ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଳବତ୍ତର ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଏସସିବିକୁ ଏମ୍ସ ପ୍ଲସ କରିବା ପାଇଁ ସଂଯୁକ୍ତ ରାସ୍ତାର ସଂପ୍ରସାରଣ କାମ ସମ୍ରାଟ ସିନେମା ହଲ ପର୍ଯ୍ୟନ୍ତ କରାଯାଉଛି। ଏଥିପାଇଁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ବାସଚ୍ୟୁତ ହେବାକୁ ପଡୁଛି। ଏହି ବସ୍ତିବାସିନ୍ଦାଙ୍କୁ ଷଷ୍ଠ ବାଟାଲିୟନ ଦ୍ୱିତୀୟ କ୍ୟାମ୍ପସରେ ଥଇଥାନ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ କଟକ ଜିଲ୍ଲାପାଳ ଏହି ଜମି ହସ୍ତାନ୍ତର ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ। ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏହି କ୍ୱାର୍ଟରରେ ରହୁଥିବା କର୍ମଚାରୀଙ୍କୁ ଫେବ୍ରୁଆରୀ ୧୫ ସୁଦ୍ଧା ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ହୋଇଛି ମାମଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.