Below header

ଆଜି ସଂଧ୍ୟାରେ ବସୁଛି ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ, ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟର ହେବ ସମୀକ୍ଷା

ପୁରୀ(କେନ୍ୟୁଜ୍): ଆଜି ସଂଧ୍ୟାରେ ବସୁଛି ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ । ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟର ସମୀକ୍ଷା ହେବ । ଶ୍ରୀମନ୍ଦିରରେ ପାଳନ ହେବାକୁ ଚନ୍ଦ୍ର ଗ୍ରହଣର ନୀତିରେ ରହିଥିବା ତ୍ରୁଟି ସମ୍ପର୍କରେ ଆଲୋଚନା ହେବ । ନଭେମ୍ବର ୮ରେ ଲାଗୁଛି ଚନ୍ଦ୍ରଗ୍ରହଣ । ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ ।

ଚନ୍ଦ୍ର ଗ୍ରହଣର ବିଧି ଅନୁସାରେ ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଇ ଉଠିଛି ଦ୍ୱନ୍ଦ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ଚନ୍ଦ୍ରଗ୍ରହଣ ପାକତ୍ୟାଗ ସମୟ ୮ଟା ୨୯ ମିନିଟ ୧୪ ସେକେଣ୍ଡ ରହିଛି । ଏଭଳି ସୂଚନାକୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି ହୋଇଛି । ସୂର୍ଯ୍ୟ ପରାଗ ଭଳି ଚନ୍ଦ୍ର ଗ୍ରହଣ ନୀତି କିଭଳି ଶୃଙ୍ଖଳିତ ହେବ, ସେନେଇ ସମସ୍ତ ନିଯୋଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତତ ଜିଲ୍ଲାପାଳ । ବୈଠକରେ ପଞ୍ଚକ ପ୍ରସ୍ତୁତି ପାଇଁ ମଧ୍ୟ ଆଲୋଚନା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.