Below header

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ବରପକ୍ଷ ହତାଶ, ଭୋଜିରେ ହାଣ୍ଡିଆ ନଦେବାରୁ ବନ୍ଦ ରହିଲା ବାହାଘର

ଢେଙ୍କାନାଳ(କେନ୍ୟୁଜ୍): ହାଣ୍ଡିଆ ପାଇଁ ବନ୍ଦ ରହିଲା ବାହାଘର । ଭୋଜିରେ ବରପକ୍ଷ ହାଣ୍ଡିଆ ନଦେବାରୁ ବାହାଘର ବନ୍ଦ ରହିଛି । ଢେଙ୍କାନାଳ କାମାକ୍ଷାନଗର ଥାନା ଜୟପରାକାଟେଣୀ ପଂଚାୟତ କାଦବସନ୍ତ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁର ଅନନ୍ତ ମାରାଣ୍ଡିଙ୍କ ପୁଅ ପାରାଉ ମାରାଣ୍ଡି ୮ବର୍ଷ ତଳେ ସଜନୀ ମାରାଣ୍ଡିଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ ।

ହେଲେ ଗାଁର ପରମ୍ପରା ଓ ରୀତିନୀତି ଅନୁଯାୟୀ ବାହାଘର ହୋଇନଥିବାରୁ ସଜନୀ ସିନ୍ଦୁର ପିନ୍ଧି ପାରୁନଥିଲେ। ଶେଷରେ ପରିବାର ଲୋକ ସମାଜରେ ବିବାହ କରିବାକୁ ଅଣ୍ଟଶ ଭିଡିଥିଲେ । ବିବାହ ପାଇଁ ଭେଜିଭାତର ଆୟୋଜନ ବି ହୋଇଥିଲା। ହେଲେ ହାଣ୍ଡିଆ ନଦେବାରୁ ବନ୍ଦ ରହିଥିଲା ବାହାଘର । ପୋଲିସ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ବରପକ୍ଷ ହତାଶ ହୋଇଛନ୍ତି। ବିନା ମଦରେ ବାହାଘର ହୋଇପାରିବନି ବୋଲି କହଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.