ଧରାପଡିଯିବା ଭୟରେ ଇଲେକ୍ଟ୍ରି ତାରରେ ଦୌଡ଼ିବାକୁ ଲାଗିଲା ଚୋର, ଭାଇରାଲ୍ ହେଉଛି ଭିଡିଓ

କେନ୍ୟୁଜ୍: ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ସାମ୍ନାକୁ ଆସିଛି ଚୋର ଧରା ଅଭିଯାନର ଏକ ଭିଡିଓ । ଚୋର ଧରିବାକୁ ଯାଇ ନାକେଦମ ପୋଲିସ ଓ ସ୍ଥାନୀୟ ବାସିନ୍ଦା । ତଳେ ଚୋର ଧରିବାକୁ ଲୋକଙ୍କ ଭିଡ଼ । କିନ୍ତୁ ଇଲେକ୍ଟ୍ରି ତାର ଉପରେ ଧାଇଁବାରେ ଲାଗିଛି । ବେଧଡ଼କ ଭାବେ ଇଲେକ୍ଟ୍ରି ତାରରେ ଦଉଡ଼ିବାରେ ଲାଗିଛି ଚୋର । ତଳେ ଲୋକମାନେ ଠେଙ୍ଗା ଫୋପାଡ଼ି ଥିଲେ ହେଲେ ଚୋର ଧରାପଡ଼ିନଥିଲା । ଜଣକ ଘରେ ଚୋର ପଶିଥିଲା । ଚୋର ଥିବା ଜାଣି ସ୍ଥାନୀୟ ଲୋକ ଏକାଠି ହୋଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଚୋର ଧରା ଅଭିଯାନ ।

video

 

ଏଥିରେ ସାମିଲ ହୋଇଥିଲା ଅଗ୍ନିଶମ ବାହିନୀ । ଟ୍ରାନ୍ସଫର୍ମର ଦେଇ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ଯାଇଥିଲା ଚୋର । ତାରରେ ତାରରେ ଲୁଚକାଳି ଖେଳିଥିଲା । ତାକୁ ଧରିବାକୁ ଦୀର୍ଘ ସମୟ କସରତ କରିବାକୁ ପଡ଼ିଥିଲା । ଶେଷରେ ଚୋର ଧରାପଡ଼ିଥିଲା । ଚୋରର ଗୋଡ଼କୁ ବାନ୍ଧିବା ପରେ ତାକୁ ତଳକୁ ଅଣାଯାଇଥିଲା । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଘୁରି ବୁଲୁଛି । ତେବେ କେଉଁଠିକାର ଏହି ଭିଡ଼ିଓ, ଜଣାପଡ଼ିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.