Below header

ଆରବିଆଇ ଲଞ୍ଚ କରୁଛି ଡିଜିଟାଲ ରୁପି, ପାଇଲଟ ପରୀକ୍ଷଣ ଆଜିଠାରୁ ଆରମ୍ଭ

ଆଜିଠୁ ଡିଜିଟାଲ ରୁପିର ଆରମ୍ଭ କରୁଛି ଆରବିଆଇ । କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି(CBDC)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ତତ୍ପରତା ପ୍ରକାଶ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ହୋଲ୍ସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ବା ଇ-ରୁପିର ପ୍ରଥମ ପାଇଲଟ୍ ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ। ତେବେ ଏହାର ରିଟେଲ ସେଗମେଣ୍ଟ ଆସନ୍ତା ମାସରୁ ଲଞ୍ଚ ହେବ । ସ୍ୱତନ୍ତ୍ର ବ୍ୟବହାର ପାଇଁ ଏହାକୁ ଉପଯୋଗ କରାଯିବ । ଏହି କରେନ୍ସିର ନାଁ ରହିଛି ସିବିଡିସି-ହୋଲ୍ସେଲ୍ ବା ‘ଇ ରୁପି-ଡବ୍ଲ୍ୟୁ’ । ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ଡିଜିଟାଲ ରୁପି ବିଷୟରେ ସଂସଦରେ ଚର୍ଚ୍ଚା କରିଥିଲେ ।

ଆରବିଆଇ ୭ ଅକ୍ଟୋବରରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଏକ କନସେପ୍ଟ ନୋଟ୍‌ ଆଣିଥିଲା। ଯେଉଁଥିରେ ଡିଜିଟାଲ ରୁପି ଖୁବଶୀଘ୍ର ଆସିବ ବୋଲି ଘୋଷଣା କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ପାଇଲଟ୍ ପରୀକ୍ଷଣରେ ଡିଜିଟାଲ ମୁଦ୍ରାକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଲାଗି ବ୍ୟବହାର କରାଯିବ । ଏହାକୁ କିଛି ଲୋକଙ୍କ ପାଇଁ ରୋଲଆଉଟ୍‌ କରାଯିବ। ଲୋକଙ୍କୁ ଏହା ବିଷୟରେ ସଚେତନତା କରିବା ପାଇଁ ପାଇଲଟ ପରୀକ୍ଷଣ କରାଯାଇଛି। ଭବିଷ୍ୟତରେ ଏହାର ବ୍ୟବହାର କରିବା ଦ୍ୱାରା ଯେଭଳି ସମସ୍ୟା ସାମ୍ନା ନ କରିବାକୁ ପଡେ । ତେବେ ପାଇଲଟ୍ ପରୀକ୍ଷଣରେ ୯ଟି ପ୍ରମୁଖ ବ୍ୟାଙ୍କ ଅଂଶଗ୍ରହଣ କରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, IDFC Fast ବ୍ୟାଙ୍କ ଏବଂ HSCB ।

କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପିରେ ସେଟେଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକ୍ସନ ଖର୍ଚ୍ଚ କମିବ । କାରଣ ସେଟେଲମେଣ୍ଟ ରିସ୍କ କମ୍ କରିବା ପାଇଁ ସେଟେଲମେଣ୍ଟ ଗ୍ୟାରେଣ୍ଟି ଭିତ୍ତିଭୂମି କିମ୍ବା ବନ୍ଧକର ଆବଶ୍ୟକତା ପଡ଼ିବ ନାହିଁ । ଏହା ଡିଜିଟାଲ ଫର୍ମରେ ଷ୍ଟୋର ହେବ। ଏହା ଆପଣ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ।

ଡିଜିଟାଲ ରୁପିର ଫାଇଦା :

ଆରବିଆଇ ତରଫରୁ ଡିଜିଟାଲ କରେନ୍ସିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। CBDC-W, CBDC-R ।CBDC-W ଏହାକୁ ହୋଲସେଲ କରେନ୍ସି ହିସାବରେ ବ୍ୟବହାର କରାଯିବ। ସେହିପରି CBDC-R କୁ ରିଟେଲ କରେନ୍ସି ଭାବେ ବ୍ୟବହାର କରାଯିବ। ଏହାର ବ୍ୟବହାର ସମସ୍ତ ପ୍ରାଇଭେଟ, ନନ୍‌ ଫାଇନାନ୍ସିଆଲ କଞ୍ଜ୍ୟୁମର୍ସ ଏବଂ ବ୍ୟବସାୟିକ ସଂସ୍ଥା କରିପାରିବେ। ଆରବିଆଇ ମୁତାବକ, ଡିଜିଟାଲ ରୁପି ଯୋଗୁଁ ଭାରତର ଡିଜିଟାଲ ଇକୋନମି ମଧ୍ୟ ବଢିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.