ରାଜ୍ୟରେ ୩୭ ନୂଆ ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 31st Oct
New Positive Cases: 37
Of which 0-18 years: 7
In quarantine: 22
Local contacts: 15(Details of local contacts will be shared by concerned District)
1. Bhadrak: 1
2. Balangir: 1
3. Cuttack: 5
4. Deogarh: 2
5. Khurda: 8
6. Koraput: 1
7. Nuapada: 2— I & PR Department, Odisha (@IPR_Odisha) November 1, 2022
8. Puri: 1
9. Sambalpur: 4
10. Sundargarh: 11
11. State Pool: 1New recoveries: 33
Cumulative tested: 33843598
Positive: 1336169
Recovered: 1326654
Active cases: 259— I & PR Department, Odisha (@IPR_Odisha) November 1, 2022
ସେହିଭଳି ଭଦ୍ରକରେ ୧, ବଲାଙ୍ଗୀରରେ ୧, କଟକରେ ୫, ଦେଓଗଡ଼ରେ ୨, ଖୋର୍ଦ୍ଧାରେ ୮, କୋରାପୁଟରେ ୧, ନୂଆପଡ଼ାରେ ୨, ପୁରୀରେ ୧, ସମ୍ବଲପୁରରେ ୪, ସୁନ୍ଦରଗଡ଼ରେ ୧୧ ଓ ଷ୍ଟେଟ ପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Also Read: ଦୀର୍ଘ ୩ ବର୍ଷ ପରେ ଜନ୍ମ ମାଟିକୁ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା, ଏଥରକ ପ୍ରଥମ ଥର ପାଇଁ ମାଳତୀ ବି ଆସୁଛି ମାମୁଘର