ଅକ୍ଟୋବର ୨୭ରୁ ଆରମ୍ଭ ହୋଇଛି ପରୀକ୍ଷା, ହେଲେ ୟୁଟ୍ୟୁବରେ ଆସୁଛି ନବମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷାର ପ୍ରଶ୍ନପତ୍ର ଓ ଉତ୍ତର

ଭୁବନେଶ୍ୱର(କେନ୍ୟୁଜ୍): ୟୁଟ୍ୟୁବରେ ଆସୁଛି ନବମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷାର ପ୍ରଶ୍ନପତ୍ର ଓ ଉତ୍ତର । ଅକ୍ଟୋବର ୨୭ରୁ ଆରମ୍ଭ ହୋଇଛି ପରୀକ୍ଷା । ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ପ୍ରଶ୍ନ ଓ ଉତ୍ତର ଲିକ୍‌ ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଏତଲା ଦିଆଯାଇଛି । କିଛି ସମୟ ପରେ ୟୁଟ୍ୟୁବରୁ ପ୍ରତ୍ୟାହାର ହେଲା ପ୍ରଶ୍ନୋତ୍ତର । କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ପ୍ରତ୍ୟାହାର ହେଲା ପ୍ରଶ୍ନୋତ୍ତର । ପରୀକ୍ଷା ପୂର୍ବରୁ ଉଭୟ ପ୍ରଶ୍ନ ଓ ସଠିକ ଉତ୍ତର ଏମପି ଷ୍ଟଡି ପଏଣ୍ଟ ନାମକ କୋଚିଂ ସେଣ୍ଟର ନାଁରେ ଯୁଟ୍ୟୁବରେ ଆସୁଛି ।

ସଂସ୍କୃତ ପରୀକ୍ଷାର ଦୁଇଘଣ୍ଟା ପୂର୍ବରୁ ଓ ଗଣିତ ପରୀକ୍ଷା ପୂର୍ବରୁ ଗଣିତ ପ୍ରଶ୍ନୋତ୍ତର ସଂପୃକ୍ତ ଏମ ପି ଷ୍ଟଡି ପଏଣ୍ଟ ୟ୍ୟୁଟ୍ୟୁବ ଚାନେଲରେ ଆସିଥିଲା । ସଂପୃକ୍ତ ଏମପି ଷ୍ଟଡି ପଏଣ୍ଟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକାକୁ ସନ୍ଦେହ କରୁଛି ବୋର୍ଡ । ଆଗକୁ ଥିବା ସମସ୍ତ ପରୀକ୍ଷାରେ ଯେଭଳି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେଥିପ୍ରତି ସଜାଗ ରହିବାକୁ ଜିଲା ଶିକ୍ଷାଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ୮ ହଜାର ୯୭୦ ବିଦ୍ୟାଳୟର ୫ ଲକ୍ଷ ୭୪ ହଜାର ୨୦୦ ଛାତ୍ରଛାତ୍ରୀ ଏହି ସମେଟିଭ ୧ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଗତ ୨୪ ତାରିଖରେ ନୋଡାଲ ସେଣ୍ଟର ମାନଙ୍କରେ ପ୍ରଶ୍ନପତ୍ର ପହଞ୍ଚିଥିଲା । ପ୍ରଶ୍ନୋତ୍ତର ଭାଇରାଲ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ନିବେଦନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.