Below header

ବିଗୁଡୁଛି ଛତ୍ରପୁର ସ୍ଥିତି, ଭାବି ପତ୍ନୀଙ୍କ ମୃତ୍ୟୁ ପରେ ପୋଲିସ ଉପରକୁ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ, ଛଡାଇନେଲେ ସାମ୍ବାଦିକଙ୍କ ଫୋନ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଭାବୀ ସ୍‌ୱାମୀଙ୍କୁ ହତ୍ୟା କରାଯିବା ପରେ ନିଜେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଛି । ଏଭଳି ଏକ ଘଟଣା ପରେ ତୁରନ୍ତ ହତ୍ୟାକାରୀ ମାନଙ୍କୁ ଗିରଫ ଦାବୀରେ ଶତାଧିକ ଗ୍ରାମବାସୀ ହଂସପରୁ -ଛତ୍ରପୁର ମୁଖ୍ଯ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସକୁ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ଫୋନ ଛଡାଇନେଇଛନ୍ତି ଗ୍ରାମବାସୀ ।

ganjam

ଘଟଣାକ୍ରମ ଏପରି ଥିଲା ହଂସପୁର ଗାଁର ବ୍ଯବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ଦିନ ବିଳମ୍‌ୱିତ ରାତିରେ କେତେକ ଦୁବୃର୍ତ୍ତ ଗାଁ ମନ୍ଦିର ନିକଟରେ ପିଟି ପିଟି ହତ୍ୟା କରିଥିଲେ । ତେବେ ମୃତ କୃଷ୍ଣ ଚନ୍ଦ୍ରଙ୍କ ସେହି ଗାଁରେ ଜଣେ ଯୁବତୀଙ୍କ ସହ ମେ ମାସ ୧୩ ତାରିଖ ଦିନ ବିହାହ ଉତ୍ସବ ଅନୁଷ୍ଠିତ ହୋଇଥାନ୍ତା । କୃଷ୍ଣ ଚନ୍ଦ୍ରଙ୍କ ହତ୍ୟା ପରେ ଯୁବତୀ ଜଣଙ୍କ ମାନସିକ ଭାରସ୍ଯାମ ଓ ଦୀର୍ଘ ତିନି ଦିନ ପରେ ବି ହତ୍ୟାକାରୀଙ୍କୁ ପୋଲିସ ଗିରଫ ନ କରିବାରୁ କୃଷ୍ଣଙ୍କୁ ହତ୍ୟା କରାଯାଇଥିବା ସେହି ମନ୍ଦିର ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କରି ମୃତ୍ୟୁ ହୋଇଛି ।

ହତ୍ୟାର ଶୀକାର ହୋଇଥିବା କୃଷ୍ଣ ଜଣେ ଯୁବ ସିମେଣ୍ଟ ବ୍ଯବସାୟୀ ହୋଇଥିବା ହେତୁ ତାଙ୍କୁ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏନେଇ ତଦନ୍ତ କରି କିଛି ଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି । ସେପଟେ ପୋଲିସ ହତ୍ୟାକାରୀଙ୍କୁ ଗିରଫ ବିଳମ୍‌ୱ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.