Below header

ଚା ସହିତ ଗରମା ଗରମ ପୁଟୁଳି ସିଙ୍ଗଡାର ନିଅନ୍ତୁ ମଜା, ସ୍ୱାଦ ପୂରା ଜବରଦସ୍ତ

ଆପଣ ଅନେକ ସିଙ୍ଗଡା ଖାଇଥିବେ। କିନ୍ତୁ କେବେ ପୁଟୁଳି ସିଙ୍ଗଡା ଖାଇଛନ୍ତି କି। ଯଦି ନା ତାହେଲେ ଥରେ ଖାଇଲେ ଆପଣ ବାରମ୍ବାର ଖାଇବାକୁ ମନ କରିବେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମଇଦା – ୨ କପ୍‌
ଲୁଣ – ସ୍ୱାଦାନୁସାରେ
ଘିଅ – ୨ କପ୍‌
ଧନିଆ ମଞ୍ଜି – ୧ ଚାମଚ
ଗରମ ମସଲା – ୧/୨ ଚାମଚ
ସୁଖିଲା ଡାଲିମ୍ବ ମଞ୍ଜି – ୧/୨ ଚାମଚ
ଲାଲ ଲଙ୍କା ପାଉଡା – ୧ ଚାମଚ
ଜୁଆଣୀ – ୧/୩ ଚାମଚ
ଆଳୁ – ୩-୪ଟି (ସିଝା ହୋଇଥିବା)
ପାନମଧୁରୀ – ୧ ଚାମଚ
ପାଣି – ୧/୨ କପ୍‌
ତେଲ – ୨ କପ୍‌

ପ୍ରସ୍ତୁତି ପ୍ରଣାଳୀ

ଏହାକୁ ବନାଇବା ପାଇଁ ପ୍ରଥମେ ଏକ ପାତ୍ର ନିଅନ୍ତୁ। ସେଥିରେ ମଇଦା, ଲୁଣ ଏବଂ ଜୁଆଣି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ମିକ୍ସ କରବା ପରେ ଏଥିରେ ଅଳ୍ପ ପାଣି ଦେଇ ଅଟା ଭଳି ଚକଟି ଦିଅନ୍ତୁ। ଚକଟିବା ପରେ ଏହାକୁ ଏକ କପଡାରେ ଘୋଡାଇ ୧୫-୨୦ ମିନିଟ ସେଟ୍‌ ହେବା ପାଇଁ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ କରାଯାଇଥିବା ଅଟାକୁ ଛୋଟ ଛୋଟ ଗୋଲା କରି ରୋଟି ଭଳି ବେଲି ଦିଅନ୍ତୁ। ଏକ କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଆଳୁ, ଧନିଆ ମଞ୍ଜି, ଗରମ ମସଲା, ଲାଲ ଲଙ୍କା ପାଉଡର, ପାନମଧୁରୀ, ମେଧି ପତ୍ର, ସୁଖିଲା ଡାଲିମ୍ବ ମଞ୍ଜି ପକାଇ ଫ୍ରାଏ କରନ୍ତୁ। ଏହି ସବୁ ଜିନିଷକୁ ଏକ ମିଶ୍ରଣରେ ପ୍ରସ୍ତୁତ କରନ୍ତୁ। ବେଲି ରଖିଥିବା ରୁଟିକୁ ପୋଟଳୀ ସେପରେ ବନାଇ ଦିଅନ୍ତୁ। ପୋଟଳୀରେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଭରିଦିଅନ୍ତୁ। ଏମିତି ହିଁ ଛୋଟ ଛୋଟ ପୋଟଳି ପ୍ରସ୍ତୁତ କରିଦିଅନ୍ତୁ। ଏକ କଡାରେ ପୁଣି ଥରେ ତେଲ ଗରମ କରନ୍ତୁ। ଏବେ ବନାଇ ରଖିଥିବା ଏହି ପୋଟଳୀକୁ ତେଲରେ ଛାଣି ଦିଅନ୍ତୁ। ମନେ ରଖନ୍ତୁ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣି ପ୍ଲେଟକୁ ବାହାର କରିଦେବେ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପୁଟୁଳି ସିଙ୍ଗଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.