ନର୍ସିଂ କରିବାକୁ ଇଚ୍ଛୁକ ପିଲାଙ୍କୁ ମିଳୁଛି ମୋଟା ଅଙ୍କର ସ୍କଲାରସିପ୍‌, ତୁରନ୍ତ କରନ୍ତୁ ଆବେଦନ

ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀଙ୍କୁ ପଢ଼ିବା ବେଳେ କିମ୍ବା ପଢ଼ା ସରିବା ପରେ ସରକାରଙ୍କ ପକ୍ଷରୁ ସ୍କଲାରସିପ୍ ମିଳେ। କିନ୍ତୁ ଏବେ ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ପଢ଼ୁଆ ପିଲାଙ୍କ ପାଇଁ ସ୍କଲାରସିପ୍ ବ୍ୟବସ୍ଥା କରିଛନ୍ତି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାରେ ଏହି ସ୍କଲାରସିପ୍ ବେଶ୍ ସାହାଯ୍ୟ କରୁଛି। ଯେଉଁ ପିଲାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ ସେମାନେ ଏହି ସ୍କଲାରସିପ୍ ସାହାଯ୍ୟରେ ହିଁ ଆଗକୁ ପଢ଼ିବା କଥା ଚିନ୍ତା କରି ପାରୁଛନ୍ତି। ତେବେ ବର୍ତ୍ତମାନ ସାସାକାଓ୍ଵା ଇଣ୍ଡିଆ ଲେପ୍ରସି ଫାଉଣ୍ଡେସନ୍ ପକ୍ଷରୁ ମେଧାବୀ ତଥା କୁଷ୍ଠ ରୋଗରେ ପୀଡ଼ିତ ଛାତ୍ର ଛାତ୍ରୀଙ୍କୁ ନର୍ସିଂ କୋର୍ସ ପାଇଁ ସ୍କଲାରସିପ୍ ପ୍ରଦାନ କରାଯାଉଛି। ଏ ନେଇ ସଂସ୍ଥା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାସାକାଓ୍ଵା ଇଣ୍ଡିଆ ଲେପ୍ରସି ଫାଉଣ୍ଡେସନ୍ (S-ILF) ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ନର୍ସିଂ ସ୍କଲାରସିପ୍ ପ୍ରଦାନ କରାଯାଉଛି। ଏହି ସ୍କଲାରସିପ୍ କେବଳ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ଲେପ୍ରସି କଲୋନୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ।

Scholarship2

ଯୋଗ୍ୟତା:

  • ଏହି ସ୍କଲାରସିପ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୧୭ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ।
  • ସେ ଲେପ୍ରସି କଲୋନୀରେ ରହୁଥିବା ଦରକାର।
  • ବିଜ୍ଞାନରେ ସ୍ନାତକ (ନର୍ସିଂ) ଓ ଜିଏନ୍ଏମ୍ (GNM) ଡିଗ୍ରୀ କରିବାକୁ ଚାହୁଁଥିବା ପିଲାଙ୍କୁ ହିଁ ଏହି ସ୍କଲାରସିପ୍ ମିଳିବ।
  • ପ୍ରାର୍ଥୀଙ୍କର ବାପା-ମା’ ମଧ୍ୟରୁ ଜଣେ କୁଷ୍ଠ ରୋଗୀ ହୋଇଥିବା ଦରକାର।

ଆବେଦନ ସମୟ:

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆସନ୍ତା ଜୁନ୍ ୫ ତାରିଖ ପୂର୍ବରୁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ http://scholarship.silf.in/ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରନ୍ତୁ।

ଯଦି ଆପଣଙ୍କ ଆବେଦନ ଗ୍ରହଣୀୟ ହେବ, ତେବେ ସଂସ୍ଥାର ନିୟମ ମୁତାବକ ଆପଣ ସ୍କଲାରସିପ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

Also Read: ପ୍ରଥମ ଥର ପାଇଁ ଚଲା ଶିଖୁଛି ଛୁଆ ହାତୀ, ତଳେ ପଡ଼ୁଛି କିନ୍ତୁ ପୁଣି ଉଠି ଠିଆ ହେଉଛି; ଦେଖନ୍ତୁ କ୍ୟୁଟ୍‌ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.