ଆଶ୍ଚର୍ଯ୍ୟ! ଏହି ଗଛକୁ କାଟିଲେ ବାହାରେ ବାଲ୍ଟି ବାଲ୍ଟି ପାଣି, ଯେତେ ବ୍ୟବହାର କଲେ ବି ସରେନି

ବର୍ତ୍ତମାନ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବଢ଼ୁଛି ଓ ତାପମାତ୍ରା ଉପରମୁହାଁ ହୋଇଛି ସେଥିରୁ ବର୍ତ୍ତିବାକୁ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। କେବଳ ଗଛ ହିଁ ଏକ ମାତ୍ର ଜିନିଷ, ଯାହା ପରିବେଶକୁ ଥଣ୍ଡା ରଖିବା ସହ ବର୍ଷାର ମାତ୍ରାକୁ ବଢ଼ାଇବ। ଗଛ ଯୋଗୁ ବର୍ଷା ହୁଏ ଓ ପାଣି ମିଳେ ବୋଲି ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ ଗଛ ଦେହରୁ ପାଣି ବାହାରୁଥିବା ବୋଧେ କେହି ଜାଣିନଥିବେ। ଦୁନିଆରେ ଏକ ଏମିତି ବି ଗଛ ଅଛି, ଯାହାକୁ କାଟିଲେ ସେଥିରୁ ପାଇପ୍‌ ଭଳି ପାଣି ବାହାରିଥାଏ। ବିଶ୍ୱାସ ହେଉନଥିଲେ ବି ଏହା ପୂରା ପୂରି ସତ।

ଭଗବାନଙ୍କ ସୃଷ୍ଟି ପୃଥିବୀ ସତରେ ବଡ଼ ବିଚିତ୍ର। ଏଠାରେ ସବୁ ଜିନିଷ ରହିଛି। ଏହାକୁ କେବଳ ଲୋକ ଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଏବେ କିଛି ପରିବେଶବିତ୍‌ ସେଭଳି ଏକ ଗଛ ବିଷୟରେ ପତ୍ତା କରିଛନ୍ତି, ଯାହାକୁ କାଟି ଦେଲେ ପିଚ୍‌କାରି ମାରି ବାହାରୁଛି ପାଣି। ଗଛରୁ ବାହାରୁଥିବା ପାଣି ସମ୍ପୂର୍ଣ୍ଣ ବିଶୁଦ୍ଧ ଓ ପିଇବା ଯୋଗ୍ୟ ବୋଲି ମଧ୍ୟ ଏକ୍ସପର୍ଟମାନେ କହିଛନ୍ତି।

ବୈଜ୍ଞାନିକ ଭାଷାରେ ଏହି ଗଛର ନାଁ ହେଉଛି Terminalia elliptica। କେହି ଏହାକୁ ଅସନ ଗଛ ବୋଲି କହିଛନ୍ତି। ପାଇପ୍‌ରୁ ପାଣି ବାହାରିଲେ ଯେଉଁ ଫୋର୍ସରେ ଛିଟିକେ, ଏହି ଗଛକୁ ହାଣିଲେ ସେହି ଚାପରେ ପାଣି ବାହାରିଥାଏ। ତେବେ ଏହି ଗଛରୁ କେମିତି ଏତେ ପାଣି ବାହାରୁଛି ଓ ଗଛ ପାଣିକୁ ଷ୍ଟୋର କରି ରଖିବାର ଟେକ୍ନିକ୍‌ କ’ଣ, ବୈଜ୍ଞାନିକମାନେ ତାହା ଉପରେ ଗବେଷଣା ଆରମ୍ଭ କରିଛନ୍ତି।

ଆଇଏଫ୍‌ଏସ୍‌ ଅଫିସର ଦିଗ୍‌ବିଜୟ ସିଂହ ଖାତି ନିକଟରେ ନିଜ ଟ୍ଵିଟ ପେଜ୍‌ରେ ଏହି ଗଛର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଗଛକୁ ଟିକେ ହାଣିବା ପରେ ତା ଗଣ୍ଡିରୁ ଟ୍ୟାପ୍‌ ଭଳି ଅବିରତ ପାଣିର ଧାରା ବୋହି ଚାଲିଛି। ଆଉ ଲୋକମାନେ ଏହାକୁ ପିଉ ବି ଛନ୍ତି। ଆଇଏଫ୍‌ଏସ୍‌ ଅଫିସରଙ୍କ କହିବାନୁସାରେ, ଏହି ଗଛର ନାଁ ହେଉଛି Terminalia elliptica। ଏହା ଜଙ୍ଗଲରେ ଆପଣଙ୍କର ତୃଷ୍ଣା ମେଣ୍ଟାଇପାରିବ।


ଏହି ଗଛ ଭାରତର ଦକ୍ଷିଣରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ଏହାର କାଠରେ ଆସବାବ ପତ୍ର, ଡଙ୍ଗା, ରେଳ ରୋଡ୍‌ କ୍ରସ୍‌, ଗିଟାର ଆଦି ନିର୍ମାଣ କରାଯାଏ।

Also Read: ନର୍ସିଂ କରିବାକୁ ଇଚ୍ଛୁକ ପିଲାଙ୍କୁ ମିଳୁଛି ମୋଟା ଅଙ୍କର ସ୍କଲାରସିପ୍‌, ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.