କେନ୍ଦୁଝର: ନିଖୋଜ ଥିବା ଛବି ସାହୁଙ୍କ ମୃତ ଦେହ ଉଦ୍ଧାର
କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଚମ୍ପୁଆରୁ ନିଖୋଜ ଥିବା ଛବି ସାହୁଙ୍କ ମୃତ ଦେହ ଉଦ୍ଧାର। ଛବି ସାହୁ ଚମ୍ପୁଆରେ ରହି ସୁପରଭାଇଜର ଭାବେ କାମ କରୁଥିଲେ । ଗତ ୧୪ ତାରିଖ ରାତିରେ ତାଙ୍କୁ ମାଲ ଦେବାକୁ କହି ସଂଜୟ ସାହୁ ଘରୁ ଡାକି ନେଇଥିଲେ । ଏହାପରଠୁ ତାଙ୍କର ଖୋଜଖବର ନଥିଲା । ସେ ନିଖୋଜ ଥିବା ନେଇ ଛବିଙ୍କ ପୁଅ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ଛବି ସାହୁଙ୍କ ଘର ନୟାଗଡ଼ ଜିଲ୍ଲା ବାସୁଦେବପୁର ଗାଁରେ।