ଉମରକୋଟରେ ୯ ମାସ ମଧ୍ୟରେ ଗୋଟିଏ ଦୋକାନରୁ ଦୁଇ ଥର ଚୋରି ଅଭିଯୋଗ, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ନବରଙ୍ଗପୁର(କେନ୍ୟୁଜ୍): ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୯ ମାସ ମଧ୍ୟରେ ଗୋଟିଏ ଦୋକାନରୁ ଦୁଇ ଦୁଇ ଥର ଚୋରି ଅଭିଯୋଗ । ହେଲେ ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ । ଉମରକୋଟ ସହରରେ ଥିବା ପୂଜା ଓ ମାଆ ଦୋକାନର ପଛ ପଟେ ସିନ୍ଧି ଖୋଳି ଚୋରି କରାଯାଇଛି । ପୂଜା ଦୋକାନରୁ ଲୁଟ୍‌ ନେଇ ଥାନାରେ ଏତଲା ଦିଆଯାଇଛି । ଦୁର୍ବୃତ୍ତମାନେ ଚୋରି ପରେ ସିସିଟିଭି ମନିଟରକୁ ସାଙ୍ଗରେ ନେଇ ପଳାଇଛନ୍ତି । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।ଗତ ନଭେମ୍ବରରେ ମଧ୍ୟ ଏହି ପୂଜା ଦୋକାନରୁ ଲୁଟ ହୋଇଥିଲା ।

Leave A Reply

Your email address will not be published.